State

ଭରଚୁଆଲ ମାଧ୍ୟମରେ ଆମବ୍ୟାଙ୍କ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ !

ତିର୍ତ୍ତୋଲ–:ଗ୍ରାମାଞ୍ଚଳ ର ଗ୍ରାହକ ମାନଙ୍କ ସୁବିଧା ପାଇଁ ବ୍ୟାଙ୍କ ମାଧ୍ୟମରେ ନେଣଦେଣ ପ୍ରକ୍ରିୟାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରତ୍ୟେକ ପଞ୍ଚାୟତରେ ଖୋଲୁଛି “ଆମବ୍ୟାଙ୍କ ” !ଏହାଦ୍ୱାରା ପ୍ରତ୍ୟେକ ପରିବାର ବ୍ୟାଙ୍କର ମୌଳିକ ସୁବିଧା ଗୁଡିକ ନିଜ ଅଞ୍ଚଳରେ ଉପଲବ୍ଧି କରିବେ !ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ଦ୍ଵାରା , ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ , “ଆମ ବ୍ୟାଙ୍କ “ର ଶୁଭ ଉଦଘାଟନ କରାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଉଦଘାଟନ କରିବା ପରେ , ୟୁକୋ ବ୍ୟାଙ୍କର ଏକ ଶାଖା କୁ ଲୋକାର୍ପଣ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଏସ ଏସ ଜି ମହିଳା, ଆଶା କର୍ମୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଯୋଗଦେଇ ଥିଲେ। ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ରମାକାନ୍ତ ରାଉଳ ମଞ୍ଚ ପରିଚାଳନା କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟକାନ୍ତ କାନୁନଗୋ , ଶଶି ଭୂଷଣ ଦାଶ , ବିମଳେନ୍ଦୁ ନନ୍ଦ , ପ୍ରବୋଧ କାନୁନଗୋ , ବିମଳେନ୍ଦୁ ଲେଙ୍କା ପ୍ରମୁଖ ଯୋଗଦେଇ , ଗ୍ରାମ୍ୟାଞ୍ଚଳ ର ଅଧିବାସୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ “ଆମ ବ୍ୟାଙ୍କ୍” ର ଆବଶ୍ୟକତା ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସକ୍ରିୟ ପରିଚାଳନା କରିଥିଲେ,ଜି ଆର୍ ଏସ ଶୁଭେନ୍ଦୁ ପଣ୍ଡା, ଏମ ବି କେ ମାମିନା ତାରିଣୀଆ,ୟୁକୋ ବ୍ୟାଙ୍କ ମ୍ୟାନେଜର ମାନସ ରଞ୍ଜନ ପାତ୍ର , ବ୍ୟାଙ୍କମିତ୍ର ଭବାନୀ ଶଙ୍କର ସ୍ଵାଇଁ ଓ ସହକାରୀ ଜୟଶ୍ରୀ ସ୍ୱାଇଁ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button