Religion

ଅମରବତୀ ରେ ପଞ୍ଚ ମୁଖି ହନୁମାନ ମନ୍ଦିର ର ବିଗ୍ରହ ପ୍ରତିଷ୍ଠା

ମାଳିକା ବର୍ଣିତ ଏଈତିହାସିକ ଅମରା ବତୀ ପୀଠ ରେ ଆଜି ଜଗନ୍ନାଥ ସୃଷ୍ଟି ଧର୍ମ ର ସସ୍ଥାପିକା କୁମାରୀ ଅପର୍ଣ୍ଣା ଙ୍କ ଦ୍ୱାରା ପଞ୍ଚ ମୁଖି ହନୁମାନ ଙ୍କ ନୂତନ ମନ୍ଦିର ଓ ବିଗ୍ରହପ୍ରତିଷ୍ଠାଉତ୍ସବ ତଥା ଏକ ଦିବଶୀୟ ବିଶ୍ୱ ଶାନ୍ତି ମହାଜଂଜ୍ଞା ଅନୁଷ୍ଠିତ ହୋଇଯାଇଅଛି ଗତ କାଲି କଳସ ଯାତ୍ରା ଅଙ୍କୁରୋପଣ ମଣ୍ଡଳୀଧିବାସ ଘଟ ସ୍ଥାପନ ଆଜି ସୂର୍ଯ୍ୟ ପୂଜା ଗୋ ପୂଜା ହନୁମାନ ସହସ୍ର ନାମ ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା, ଦିଲୀପ ରାଉତ ଓ ତାଙ୍କ ପତ୍ନୀ ଦୁର୍ଗେଶ ନନ୍ଦିନୀ କର୍ତ୍ତା କର୍ତ୍ତୀ ଭାବେ ଯଂଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ, ପଣ୍ଡିତ ପ୍ରମୋଦ ପଣ୍ଡା ସୁରେଶ ମହାପାତ୍ର ଜଗବନ୍ଧୁ ଦୀକ୍ଷିତ ବଟକୃଷ୍ଣ ଶତପଥି ଓ ସନ୍ଦୀପ କୁମାର ନନ୍ଦ ବେଦ ପାଠ କରିଥିଲେ ସୃଷ୍ଟି ଧର୍ମ ର ଶିଷ୍ୟ ଶିଷ୍ୟା ମଠ ପରିଚାଳନା କମିଟି ର ସଭ୍ୟ ବୃନ୍ଦ ତଥା ସ୍ଥାନୀୟ ଅଂଚଳ ବାସି ଏଥିରେ ସହଯୋଗ କରିଥିଲେ, ମଠ ରେ ଏକ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା, ଦିବସ ବ୍ୟାପି ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button