State

କଣ୍ଟାମାଳବ୍ଲକରେ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ

କଣ୍ଟାମାଳ, ୨୮/୨: (ପ୍ରଭାତ କୁମାର ସାହୁ) ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର ସମ୍ମିଳନୀ କକ୍ଷଠାରେ ବ୍ଲକସ୍ତରୀୟ ମନରେଗା, ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ରଭଂଜନ ମଦନ ମୋହନ ପାତ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଜନଶୁଣାଣୀ କରିଥିଲେ।କଣ୍ଟାମାଳ ବ୍ଲକର ୨୪ଗୋଟି ଗ୍ରାମପଂଚାୟତରେ ହେଉଥିବା ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ ଏବଂ ଏହାର ଅଗ୍ରଗତି ଓ କାର୍ଯକାରିତା ଉପରେ ସମସ୍ତ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ବ୍ଲକର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଜିଆରଏସ ମାନେ ବିବରଣୀ ପ୍ରଦାନ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାମି ଜୟଶ୍ରୀ ରେଡ୍ଡି,ଏମଜିଏନଆରଇଜିଏ ର ଲୋକପାଳ ଦିଲ୍ଲୀପ କୁମାର ମହାପାତ୍ର, ସାମାଜିକ ସମୀକ୍ଷା ସ୍ୱତନ୍ତ୍ର ସଦସ୍ୟ ଦିବ୍ୟଶଙ୍କର ରାଉତ,ପୂର୍ଣ୍ଣ ଖଟୁଆ,ସହକାରୀ ନିର୍ବାହୀଯନ୍ତ୍ରୀ ଜୟ ମହନ୍ତ ପ୍ରମୁଖ ମଂଚାସୀନ ଥିଲେ।ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ସୂର୍ଯ୍ୟକୁମାର ଦାସ ବିବରଣୀ ପାଠ କରିଥିଲେ। ମନରେଗା କଣ୍ଟାମାଳ ବ୍ଲକ ଅଧିକାରୀ ସଂଜିତକୁମାର ମିଶ୍ର ସଭାପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାକମିଟି ସଦସ୍ୟ ବିନାୟକ ସାହୁ,ଉଦ୍ୟାନ ବିଭାଗ ଅଧିକାରୀ , ବନ ବିଭାଗ ଅଧିକାରୀ , ଭିଆରପି, ଏମବିକେ, ସିଆରପି ଓ ଶ୍ରମିକମାନେ ଯୋଗଦାନ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button