Country

ଅଲ ଓଡିଶା ଇ. ପି. ଏଫ. ପେନସନର୍ସ ଆସୋସିଏସନ ର ବାର୍ଷିକ ସମ୍ମିଳନୀ -୨୦୨୪ 

 

-ସରକାର ମାନୁନାହାନ୍ତି ଇ. ପି. ଏଫ. ପେନସନଧାରୀଙ୍କ ଦାବୀ !ସପ୍ତମ କମିଶନ ନିଷ୍ପତ୍ତି ଅନୁସାରେ ମାସିକ ପେନସନ ୯୦୦୦/ ଟଙ୍କା ଧର୍ଯ୍ୟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ! ଏଥିପାଇଁ ଆନ୍ଦୋଳନ କୁ ଓହ୍ଲାଳାଇବାକୁ ପେନସନଧାରୀ ମାନେ ପ୍ରସ୍ତୁତ ରହିଛନ୍ତି ବୋଲି ନିକଟରେ ଅଲ ଓଡିଶା ଇ. ପି. ଏଫ. ପେନସନର୍ସ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଅବସରରେ ଆମନ୍ତ୍ରିତ ଅତିଥିମାନେ ଦୃଢ଼ ଆହ୍ୱାନ ଦେଇଛନ୍ତି ! ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଶୁଦ୍ରମୁନି ସାରଳା ଦାସଙ୍କ ସମାଧିପୀଠ ମୁନିଗୋସାଇଁ ମଠ ସ୍ଥିତ ସାରଳାଦାସ ଭବନରେ ଇ. ପି. ଏଫ. ପେନସନର୍ସ ମାନଙ୍କର ଏକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ ଓଡ଼ିଶାର ସମସ୍ତ ପେନସନର୍ସ ମାନଙ୍କର ଭତ୍ତା ବୃଦ୍ଧି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାଇ ଫ୍ରି ସ୍ୱାସ୍ଥ୍ୟ ସେବା, ସାମାଜିକ ସୁରକ୍ଷା, ସହିତ ସମସ୍ତ ସିନିଅର ସିଟିଜେନ ଙ୍କୁ ସରକାରୀ ସୁବିଧା ସୁଯୋଗ ଥିବା ବେଳେ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି ! ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଇବାକୁ ସମ୍ମିଳନୀରେ ସାର୍ବଜନୀନ ମତ ପ୍ରକାଶ ପାଇଥିଲା ! ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଶାଖାର ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ, ରାଜ୍ୟ ସଭାପତି ବିଜୟ କୁମାର ଜେନା ମୁଖ୍ୟ ଅତିଥି ଭାବରେ, ଓ ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମl ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ! ସମ୍ମାନିତ ଅତିଥିଭାବେ ପ୍ରତିଷ୍ଠାତା ସଭାପତି ତଥା ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ , ଜିଲ୍ଲା ଉପସଭାପତି ଭିକାରୀ ସେନାପତି, ଜିଲ୍ଲା ସମ୍ପାଦକ ବିଭୁତି ପରିଜା, ଓ ଅମୁଲ୍ୟ କୁମାର ନନ୍ଦ ପ୍ରମୁଖ ଯୋଗଦେଇ ନ୍ୟାଯ୍ୟ ଦାବୀ ପୂରଣ ନିମନ୍ତେ ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ! ସଭା ପୂର୍ବରୁ ନିମନ୍ତ୍ରିତ ଅତିଥିମାନେ ମା’ ଶାରଳା ଓ ସାରଳାଦାସ ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ବରିଷ୍ଠ ସଦସ୍ୟ ସରୋଜ କୁମାର ମହାନ୍ତି ଅତିଥି ପରିଚୟ କରିଥିବା ବେଳେ ସମସ୍ତେ ଏକଜୁଟ ହୋଇ ଗଣତାନ୍ତ୍ରିକ ପଦ୍ଦତିରେ ଓ ଆନ୍ଦୋଳନ ମାଧ୍ୟମରେ ଦାବୀ ହାସଲ କରିବାକୁ ସଂକଳ୍ପ ନେଇଥିଲେ ! ସର୍ବନିମ୍ନ ପେନସନ ମାସିକ ୯୦୦୦/ ଟଙ୍କା ବୃଦ୍ଧି ଓ ସମସ୍ତଙ୍କୁ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଏହି ସଭାରେ ଦାବୀ ଉଠି ଥିଲା ! ସଂଗୀତ ନିର୍ଦ୍ଧେଶକ ସୂର୍ଯ୍ୟନାରାୟଣ ପରିଜା ଓ ସାଥି ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କଟାଯାଇଥିବା ବେଳେ ସାରଳା ସେବକ ରମାକାନ୍ତ ରାଉଳ ସମସ୍ତଙ୍କୁ ମାଆଙ୍କ ଆଶୀର୍ବାଦ ପ୍ରଦାନ କରିଥିଲେ ! ଦିବାକର ନାୟକ, ସନ୍ତୋଷ କୁମାର ନାୟକ,ରବୀନ୍ଦ୍ର ମହାରଣା ଓ ଗିରିଧାରୀ ସାମଲ ପ୍ରମୁଖ ସମସ୍ତ ପେନସନର୍ସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ! ପରିଶେଷରେ ଅଶୋକ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button