Education

ଚାରିଛକ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଏବଂ ବିଜ୍ଞାନ କ୍ଲବ ଦ୍ୱାରା ‘ଜାତୀୟ ବିଜ୍ଞାନ ଦିବସ’ ପାଳିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଲୋଚନାଚକ୍ର ରେ ହରଭଙ୍ଗା ବି.ଆର.ସି.ସି ତଥା ଏବିଇଓ ସତ୍ୟନାରାୟଣ ମିଶ୍ର, ଏବିଇଓ ଜ୍ୟୋସ୍ନାରାଣୀ ମହାପାତ୍ର, ଏବିଇଓ ଅଖିଳ ମୋହନ ପ୍ରଧାନ ଏବଂ ସିଆରସିସି ହରମୋହନ ଦନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଣିଷ ସମାଜକୁ ବିଜ୍ଞାନର ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ l ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ବିଜ୍ଞାନ ପ୍ରକଳ୍ପଗୁଡିକୁ ଅତିଥି ମାନେ ବୁଲି ଦେଖିଥିଲେ l କୁଇଜ, ବକ୍ତୃତା ଏବଂ ପ୍ରକଳ୍ପ ବିଭାଗରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶିକ୍ଷୟତ୍ରୀ ସରିତା ବିଶୋଇ, ସତ୍ୟଭାମା ସାହୁ ଏବଂ ଲିଙ୍ଗରାଜ କହ୍ନର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଶିକ୍ଷକ ମନମୋହନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l

Related Articles

Back to top button