ଢେଙ୍କାନାଳ ଜିଲ୍ଲାରେ ୧୫୦୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୩-୨୪ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ : ତା.୨୬.୦୨.୨୦୨୪ ( ) : ରାଜ୍ୟରେ କାର୍ଯ୍ୟକାରୀ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମକରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏହିକ୍ରମରେ ଢେଙ୍କାନାଳ ଜିଲ୍ଲାରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୩-୨୪ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ ଯୋଗଦେଇ ‘ ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି,ପ୍ରଚଣ୍ଡ ଉଦ୍ୟମ ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରାଯାଇ ପାରେ’ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୂହାଣ,ବିଧାୟକ ସୁଧୀର ସାମଲ,ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଚେୟାରମ୍ୟାନ ସୁରେନ୍ଦ୍ର ହେମ୍ବ୍ରମ ପ୍ରମୁଖ ମଂଚାସୀନ ଥିଲେ। ଶିକ୍ଷାର ବିକାଶ ଦିଗରେ ମୂଲ୍ୟବାନ ଅବଦାନ ପାଇଁ ଜିଲ୍ଲାର ୯୪ ଜଣଙ୍କୁ ଷ୍ଟୁଡେଣ୍ଟ ଏକାଡ଼େମିକ୍ ଆଓ୍ବାର୍ଡ,ବ୍ଲକସ୍ତରରେ ୮୧୬ ଜଣଙ୍କୁ ଷ୍ଟୁଡେଣ୍ଟ ଏକାଡ଼େମିକ୍ ଆଓ୍ବାର୍ଡ, ୫୦୬ ଜଣଙ୍କୁ ଷ୍ଟୁଡେଣ୍ଟ ଲିଡରସିପ୍ ଆଓ୍ବାର୍ଡ,୨୪ ଜଣଙ୍କୁ ସ୍କୁଲ ଆଓ୍ବାର୍ଡ (ଏଲିମେଣ୍ଟାରୀ), ୮ଜଣଙ୍କୁ ଆଲୁମିନି କମିଟି ଆଓ୍ବାର୍ଡ, ୮ଜଣଙ୍କୁ ଗ୍ରାମପଂଚାୟତ ଆଓ୍ବାର୍ଡ, ୮ଜଣଙ୍କୁ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଆଓ୍ବାର୍ଡ, ୫ ଜଣଙ୍କୁ ପ୍ରଧାନ ଶିକ୍ଷକ ଆଓ୍ବାର୍ଡ, ୮ଜଣକୁ ଶିକ୍ଷକ ଆଓ୍ବାର୍ଡ ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ସର୍ବମୋଟ୍ ୧ ୫ ୦ ୪ ଜଣଙ୍କୁ ପୁରସ୍କୃତ କରାଯାଇଛି । ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା। ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନେ ଶିକ୍ଷା ଓ ମୂଲ୍ୟବୋଧଭିତ୍ତିକ ଉଦଘାଟନୀ ଓ ଉଦଯାପନୀ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧତ୍କାରୀ ସସ୍ମିତା ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀ -ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ,କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ,ଗୋଷ୍ଠୀ ଶିକ୍ଷା ଅଧିକାରୀ କଙ୍କଡ଼ା ହାଡ଼,ସାଗର କୁମାର ଟୁଡୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପରଜଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗନ୍ଦିଆ,ପ୍ରଭାତ କୁମାର ନାୟକ,ବଟ ବିହାରୀ ବିଦ୍ୟାପୀଠ,ତରଭାର ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ, ତାଙ୍କର ସହଯୋଗୀ କାର୍ଯ୍ୟାଳୟ ସହକାରୀ ସନ୍ତୋଷ ଆଚାର୍ଯ୍ୟ,ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା,ପ୍ରଶାନ୍ତ କୁମାର ମଲ୍ଲିକ,ପ୍ରାକ୍ତନ ପ୍ରଧାନଶିକ୍ଷକ ବନବିହାରୀ ବାରିକ,ପ୍ରାକ୍ତନ ଶିକ୍ଷକ ସଦାନନ୍ଦ ସାହୁ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ମଧୁସୂଦନ ରାଉତ ପ୍ରମୁଖ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଶାରିରିକ ଶିକ୍ଷା ଶିକ୍ଷୟିତ୍ରୀ- ଶିକ୍ଷକ ବୃନ୍ଦ ଓ କର୍ମଚାରୀ ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ, ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ- ଶିକ୍ଷକ ବୃନ୍ଦ, ବିଦ୍ୟାଳୟ ପ୍ରାକ୍ତନ ଛାତ୍ରୀ- ଛାତ୍ର ବୃନ୍ଦ ଆଲୁମିନି ଆସୋସିଏସନ୍ ସଦସ୍ୟା -ସଦସ୍ୟ ବୃନ୍ଦ,ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ,ବି.ଆର୍.ସି.ସି. ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ, ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।




