ସାଇଲୋ ପଞ୍ଚାୟତ ଧାନମଣ୍ଡଳ ଗ୍ରାମରେ ଓଡ଼ିଶା ପ୍ରସିଦ୍ଧ ବାବା ବିଶ୍ଵନାଥଙ୍କ ମଠରେ ୫ ଦିନ ଧରି ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ

ପଞ୍ଚାୟତ ଧାନମଣ୍ଡଳ ଗ୍ରାମରେ ଓଡ଼ିଶା ପ୍ରସିଦ୍ଧ ବାବା ବିଶ୍ଵନାଥଙ୍କ ମଠରେ ମାଘ ପୂର୍ଣ୍ଣମୀ ତଥା ଅଛି ଉତ୍ସବ ପରଦିନ ଠାରୁ ଏଠାରେ କାହିଁ କେଉଁକାଳଠାରୁ ୫ଦିନ ବ୍ୟାପି ମହାସମାରୋହରେ ବିଶ୍ୱଶାନ୍ତି ଯାଜ୍ଞ ଚାଲିଆସୁଛି । ଏହି ବାବା ବିଶ୍ୱନାଥଙ୍କ ମଠକୁ ଦୂରଦୂରାନ୍ତରୁ ବହୁସଂଖ୍ୟାରେ ଲୋକମାନଙ୍କ ସମାଗମ ଦେଖିବାକୁ ମିଳିଥାଏ ।ଏହି ମଠର ମହାତ୍ମ୍ୟ ବହୁତ ନିଆରା । ଏଠାରେ ଏତେ ଭକ୍ତ ସମାବେଶ ହୁଅନ୍ତି ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ । ଏହିମଠର ମହନ୍ତ ଥିଲେ ବାବା ଲକ୍ଷ୍ମୀଧର, ଦୁଇ ବର୍ଷ ହେଲା ସେ ଆଉ ଏହି ଦୁନିଆରେ ନାହାଁନ୍ତି। ସମସ୍ତେ ବାବାଙ୍କୁ ଝୁରି ହେଉଛନ୍ତି । ସତେଯେମିତି ବାବାଙ୍କ ବିନା କିଛି ଅଧୁରା ରହିଗଲା । ଏଠାକୁ ଯେ କୌଣସି ରୋଗୀ ହେଉ ଅବା ମନସ୍କାମନା ଧାରୀ ଭକ୍ତଟିଏ ହଉ ଆସି ଏଠାରେ ପହଞ୍ଚିଲେ ଶୂନ୍ୟହସ୍ତରେ ଫେରନ୍ତି ନାହିଁ । ପ୍ରତ୍ୟକ୍ଷ ଠାକୁର ବାବା ବିଶ୍ଵନାଥ, ଭୋଳାଶଙ୍କର ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣକରନ୍ତି, ଏଠୁ ହୁକୁମ ନେଇ ସମସ୍ତେ ଆରୋଗ୍ୟ ଲାଭ କରନ୍ତି I ଏଠାରେ ଯଜ୍ଞ ଚାଲିବା ସହିତ ୫ଦିନ ଧରି ସମସ୍ତ ଭକ୍ତମାନଙ୍କ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥାଏ । ୫ଦିନ ପର୍ଯ୍ୟନ୍ତ ଦୋକାନ ବଜାର ଠାରୁ ଖାଇବା ଜିନିଷ ଓ ବିଭିନ୍ନ ରକମର ଘରକରଣା ଜିନିଷ ଦେଖିବାକୁ ମିଳିଥାଏ। ଯଜ୍ଞର ଆଜି ହେଉଛି ୩ଦିନ ଆଉ ୨ଦିନ ପରେ ପୂର୍ଣ୍ଣାହୁତି, ଏଠାରେ ଏ ବର୍ଷ କଳିଙ୍ଗ ଗଣନାଟ୍ୟ ଯାତ୍ରାପାର୍ଟିୀପଡିଛି, ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ ଲାଗି ରହିଛି।କଣ୍ଟାପଡାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ, ଓଡିଶା



