ଵୈରୀ ରେଲୱେ ଓଭର ବ୍ରିଜ ନିର୍ମାଣ ଲାଗି ଶିଳାନ୍ୟାସ, ଦୀର୍ଘଦିନ ପ୍ରତୀକ୍ଷାର ହେବ ସମାଧାନ।


ବଡ଼ଚଣା,୨୬।୨.(ନି; ପ୍ର) ବୈରି ରେଳ ଷ୍ଟେସନ ଓଭର ବ୍ରିଜ୍ ର ନିର୍ମାଣ ଲାଗି ଦେଶର ଯଶସ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଓ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭିଡିଓ କନଫରେନ୍ସ ଜରିଆରେ ଦେଶ ର ନିର୍ମାଣ ଓ ସଶକ୍ତ ବିକାଶ ଉଦ୍ଦେଶ୍ୟରେ ସମର୍ପିତ ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଵୈ ରି ସ୍ଥିତ ଵୈ ରି ରେଳ ଷ୍ଟେସନ ରେ ଓଭର୍ ବ୍ରିଜ ନିର୍ମାଣ ଲାଗି ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦି ଜି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭିଡିଓ କନ୍ ଫ୍ରେନ୍ସ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଦେଶର ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ଦେଶରେ ମୋଟ ୫୫୪
ଗୋଟି ରେଳ ଷ୍ଟେସନ ର ଉନ୍ନତି କରଣ ୧୫୦୦ ରୋଡ଼ ଓଭର ବ୍ରିଜ ଅଣ୍ଡର ପାସ ନିର୍ମାଣ କରାଯାଉଛି। ଏହି ନିର୍ମାଣ ଲାଗି ପ୍ରାୟ ୪୧ ହଜାର କୋଟି ଟଙ୍କାର ବ୍ୟୟ କରାଯାଉଛି।ଏହି ଉତ୍ସବରେ ବଡ଼ଚଣା ବିଧାୟକ ମାନ୍ୟବର ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଥିବା ବେଳେ , ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି,୧୬ ନମ୍ୱର୍ ଜିଲ୍ଲା ପରିଷଦ ଯଚିନ୍ଦ୍ର ନାୟକ , ଵୈରୀ ସରପଞ୍ଚ ଲକ୍ଷ୍ମୀ ପ୍ରିଆ ଦାସ, ସମିତି ସଭ୍ୟ ବିଳାସିନୀ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଥିଲେ। ଛତିଆ – କଳକଳା ପୂର୍ତ୍ତ ବିଭାଗ ରାସ୍ତାରେ ଵୈରୀ ରେଳ ଷ୍ଟେସନ ଓଭର ବ୍ରିଜ ନିର୍ମାଣ ଲାଗି ଦୀର୍ଘ ଦିନ ଧରି ଦାବି ହୋଇ ଆସୁ ଥିଲା। କୌଣସି ଜରୁରୀ କାଳୀନ ପରିସ୍ଥିତି ସମୟରେ ସାଧାରଣ ଲୋକେ ଏହି ରେଳ ଫାଟକ ରେ ଦୀର୍ଘ ସମୟ ଧରି ଅଟକି ରହୁ ଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏହି କାର୍ଯ୍ୟକ୍ରମ ରେ ପୂର୍ବତଟ ରେଳ ଅଧିକାରୀ ବସନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ବିଜେପି ରାଜ୍ୟ ସମ୍ପାଦକ ଅମର କୁମାର ନାୟକ ସଂଯୋଜନା କରିଥିଲେ। ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ଓଭର ବ୍ରିଜ ନିର୍ମାଣ ହେଲେ ସୀମାନ୍ତ ଜିଲ୍ଲା ଢେଙ୍କାନାଳ କୁ ମଧ୍ୟ ଯାତାୟାତ ସୁଗମ ହେବ ବୋଲି କହିଥିଲେ। ସ୍ଥାନୀୟ ଵୈରୀ, ପାରିଆ, ସୋଲର, ସମିଆଁ କଳ କଳା ଅଂଚଳର ବହୁ ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ଓ ଶହଶହ ଜନ ସାଧାରଣ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ବିକାଶ ମୂଳକ ପ୍ରୟାସ କୁ ସ୍ଵାଗତ କରିଥିଲେ।




