ବ୍ୟାସ ଫାଉଣ୍ଡେସନ ଜଡତିରା ଅଗ୍ନି ବିପନ୍ନ ଙ୍କୁ ସାହାଯ୍ୟ କଲେ !


ତିର୍ତ୍ତୋଲ :–ଅର୍ଦ୍ଧ ରାତ୍ରିରେ ଲାଗିଲା ନିଆଁ ! ଚାହୁଁ ଚାହୁଁ ପାଞ୍ଚ ମିନିଟ ମଧ୍ୟରେ ସାତ ବଖରା ଚାଳ ଛପର ଘର ଜଳିପୋଡି ପାଉଁଶ ହେଇଗଲା ! କୌଣସି ମତେ ରକ୍ଷା ପାଇଗଲେ ପରିବାର ଲୋକେ ! ଗାଆଁ ଲୋକଙ୍କ ସହାୟତାରେ ଉଦ୍ଧାର ହେଲେ ଦୁଇଟି ଗାଈ ଓ ତିନୋଟି ବାଛୁରୀ ! ଅଗ୍ନିଶମ ବାହିନୀ ପହଁଚିଲା ବେଳକୁ ସବୁ ସଫା, କିଛି ବି ଅବଶିଷ୍ଟ ରହି ନଥିଲା !’ ଏତେ ଶୀଘ୍ର ନିଆଁ ସର୍ବତ୍ର ଖେଳିଗଲା କେମିତି ? ଏବେ ବି ସନ୍ଦେହ ଘେରରେ ପରିବାର ଓ ଗ୍ରାମବାସୀ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତ ତଥା ଗ୍ରାମର ଜଡତିରା ଅମ୍ବିକା ବିଶ୍ୱାଳଙ୍କ ଗତ ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଚାରି ବଖରା ଖଞ୍ଜା ଘର ଓ ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଛି ! ଅଗ୍ନିଶମ ବିଭାଗ ପହଂଚିଥିଲେ ମଧ୍ୟ କୌଣସି ଆସବାବ ପତ୍ର ଓ ଘରକରଣା ଜିନିଷ ଉଦ୍ଧାର କରାଯାଇ ପାରିନାହିଁ !ସର୍ବସ୍ବ ହରାଇଥିବା ଅମ୍ବିକା ବିଶ୍ୱାଳ ତାଙ୍କର ପକ୍ଷାଘାତ ରେ ଆକ୍ରାନ୍ତ ପୁଅ ଶୁଭମୟ ବିଶ୍ୱାଳ ଓ ଶ୍ରମିକ ପୁଅ ଚିନ୍ମୟ ବିଶ୍ୱାଳ ଭାଗ୍ୟ ବଶତଃ ଅଗ୍ନିରୁ ଉଦ୍ଦାର ପାଇଗଲେ ସତ କିନ୍ତୁ ରହିବାକୁ ଘର ନଥିବାରୁ ଜଣେ ପଡୋଶୀଙ୍କ ବାସଗୃହରେ ଜୀବନ ବିତାଉଛନ୍ତି ! ଏହି ହୃଦୟ ବିଦାରକ ଘଟଣା ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ ବିଲ କଲେକ୍ଟର ମିଳନପ୍ରଭା ଶର୍ମାଙ୍କ ନିକଟରୁ ଅବଗତ ହୋଇ ସାମାଜିକ ସେବା ସଂଗଠନ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଅଗ୍ନି ବିପନ୍ନ ପରିବାର ନିକଟରେ ପହଞ୍ଚି ତାଙ୍କ ପାଇଁ କିଛି ସାମୟିକ ସାହାଯ୍ୟ ଯୋଗାଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ ! ଏବଂ ଏହି ବିପନ୍ନ ପରିବାରକୁ ପ୍ରଶାସନିକ ସହାୟତା ରାଶି ପହୁଞ୍ଚାଇବା ସହିତ ବିଭିନ୍ନ ସ୍ବେଛାସେବୀ ସଂଗଠନ, ସେବାସଂଘ, ଓ ବଦାନ୍ୟବ୍ୟକ୍ତି ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ,ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରତ୍ୟେକଙ୍କୁ ନିବେଦନ କରିଛନ୍ତି ! କିନ୍ତୁ ଦୁଃଖର ବିଷୟ ଏହିଁଯେ ଆଜକୁ ପାଞ୍ଚ ଦିନ ବିତିଯାଇଥିଲେ ବି କେବଳ ପଲଥିନ ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ ! ଯେହେତୁ ଅଗ୍ନି ଦ୍ୱାରା ସମସ୍ତ ବାସନକୁସନ,ଧାନ ଚାଉଳ, ନଗଦ ଦଶ ହଜାର ଟଙ୍କା, ଘରର ଆବଶ୍ୟକୀୟ ନଥିପତ୍ର ସବୁ ଜଳିପୋଡି ନଷ୍ଟ ହୋଇଯାଇଛି ! ଏପରିକି ପିନ୍ଧା ଲୁଗା ବ୍ୟତୀତ ସମସ୍ତ କିଛି ଅଗ୍ନିରେ ଭସ୍ମ ହୋଇଯାଇଛି ! ଗ୍ରାମ ବାସୀଙ୍କ ତରଫରୁ ମଧ୍ୟ ସରକାରଙ୍କୁ ଅଗ୍ନିଵିପନ୍ନ ପରିବାରକୁ ସହାୟତା ଦାବୀ କରା ଯାଉଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




