Religion

ସତସଙ୍ଗ କେନ୍ଦ୍ର ର ବାର୍ଷିକ ଉତ୍ସବ

ଛତିଆ ନିକଟସ୍ଥ ଆଞ୍ଚଳିକ ସତସଙ୍ଗ କେନ୍ଦ୍ର ଉଲଦିଆ ର 24ତମବାର୍ଷିକତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସଚ ଗତ କାଲି ମହା ସମାରୋହ ରେ ପାଳିତ ହୋଇଯାଇଅଛି, ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗ ଳିକ ନହବତ ଗୀତା ଉଷାକିର୍ତନ ଉଷା ବିନତି, ଅଧର୍ଜୁ କର୍ମୀ ଅନନ୍ତ ଚରଣ ସାମଲ ପ୍ରସନ ସାମଲ ସୁକାନ୍ତ ଖଟୁଆ ସୁବାସ ସ୍ୱାଇଁ ବଂଶୀଧର ପୋଥାଳ ଲକ୍ଷ୍ମୀଧର ସାହୁ ଅଶୋକ ବଳ ବନ୍ତ ରାୟ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ, ସହ ପ୍ରତି ଋତ୍ଵିକ ବାମନ ଚରଣ ସାହୁ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ଉତ୍ସବ ରେ ଅପରାହ୍ନ ରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁସଜିତ ରଥ ରେ ବସାଇ ନଗର ପରିକ୍ରମା କରାଯାଇଥିଲାପାଞ୍ଜା ଧାରୀ କର୍ମୀ ଅଭିମନୁ ସାମନ୍ତ ରାୟ ମନୋରଞ୍ଜନ ମହାନ୍ତି ଅନଙ୍ଗ ମହାପାତ୍ର ଭାଗ୍ୟଧର ଵେଜ ସୁନ୍ଦରା ମହାରଣା କାର୍ତିକ ସାହୁ ଋଷିବର ମହାରଣା ଗଜେନ୍ଦ୍ର ସ୍ୱାଇଁ ଜଗନ୍ନାଥ ସ୍ୱାଇଁ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଏହାରନେତୃତ୍ୱ ନେଇଥିଲେ,ସନ୍ଧ୍ୟା 7ଟାରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, କେନ୍ଦ୍ର ଅଧକ୍ଷ ବାମନ ଚରଣ ସାହୁ ଏଥିରେ ଅଧକ୍ଷତା କରିଥିଲେ, ଅଧର୍ଜୁ କର୍ମୀ ବାଗ୍ମୀ ପ୍ରବରଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଗଭୀର ଆଲୋକପାତ କରିଥିଲେ, ଅଧର୍ଜୁ କର୍ମୀ ଅକ୍ଷୟ ବେହେରଙ୍କ ା ପ୍ରାରମ୍ଭିକ ସୂଚନା ପରେ ସହ ପ୍ରତି ଋତ୍ଵିକଜିତେନ୍ଦ୍ର ରାଉତ ତ୍ରିଲୋଚନ ଦାଶ ଓ ସତ୍ୟବାଦୀ ବରାଳ ଠାକୁର ଙ୍କ ଅମୀୟ ଭାଵାଦର୍ଶ ଉପରେ ଆଲୋଚନା ରଖିଥିଲେ, ଅଭୟ ନାୟକ ସଂଗୀତ ଚନ୍ଦନ ଦାସ କୋରସ ଭାଗ୍ୟଧର ଓ ଅନନ୍ତ କୀର୍ତନ ପରିବେଷଣ କରିଥିଲେ, ଦୟାନିଧି ଭାଇ ଜୟ ରାଧେ ରାଧେ ଗାନ କରିଥିଲେ, ଉଲଦିଆ ସତସଙ୍ଗ କେନ୍ଦ୍ର ଅଧୀନ ରେ ଥିବା ସମସ୍ତ ଆଞ୍ଚଳିକ ଗୁରୁ ଭାଇ ଓ ମା ମାନେ ଏଥିରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button