State

ମାଟୁପାଲି ଠାରେ ଶ୍ରୀ ଗୋପାଳଜୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଳଶ ଶୋଭାଯାତ୍ରା

ଉଲୁଣ୍ଡା ୨୫/୦୨ (ରାଜେଶ କୁମାର ବାଘ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଠାରେ ଗୋପାଳଜୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଦିନ ତିନିଘଣ୍ଟା ସମୟରେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ମାଟୁପାଲି ରୁ ୧୨୧ ଟି ଶୁଭ କଳଶ ଏବଂ ନଡିଆ ଧରି ପ୍ରାୟ ୩ କିମି ଦୂରରେ ଥିବା ମହାନଦୀ ଅମାଡଘାଟକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରି କଳସରେ ପାଣି ଭର୍ତ୍ତିକରି ଆଣି ଭାଗବତ ସାପ୍ତାହ ମଣ୍ଡପରେ ସ୍ଥାପନା କରିଛନ୍ତି।ତେବେ ରବିବାର ଦିନ ଠାରୁ ଶ୍ରୀ ଗୋପାଳଜୀ ମନ୍ଦିରର ଶୁଭ ପ୍ରାଣ ପ୍ରତିଷ୍ଠା କାର୍ଯ୍ଯକ୍ରମ ଆରମ୍ଭ ହୋଇ ମାର୍ଚ ୪ ତାରିଖ ଦିନ ଗର୍ଭ ଗ୍ରୁହରେ ଠାକୁରଙ୍କୁ ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି। ତେବେ ଆଜି ଏହି କଳଶ ଶୋଭାଯାତ୍ରାରେ ପଣ୍ଡିତ ଆଶୁତୋଷ ପୁରୋହିତ ପୂଜାର୍ଚ୍ଚନା କରିଥିବା ବେଳେ ଜ୍ଞାନରଞ୍ଜନ ବ୍ରହ୍ମଚାରୀ ଏବଂ ତାଙ୍କ ଧର୍ମପତ୍ନୀ ରେବତୀ ବ୍ରହ୍ମଚାରୀ ,ମନମୋହନ ମିଶ୍ର,ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ମିଶ୍ର, ଧ୍ରୁବଚରଣ ବ୍ରହ୍ମଚାରୀ ତାଙ୍କ ଧର୍ମପତ୍ନୀ କୁନ୍ତିଲତା ବ୍ରହ୍ମଚାରୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ଏଥିରେ ଗ୍ରାମର ସମସ୍ତ ସଦସ୍ୟ ସମେତ ଅଂଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ । କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Related Articles

Back to top button