କୁମେଲବନ୍ଧ ଖେଳପଡ଼ିଆ ଉନ୍ନତିକରଣ ନିମନ୍ତେ ଏସଡିସି ଅଧ୍ୟକ୍ଷଙ୍କ ଭୂମୀ ପୂଜନ,


କଣ୍ଟାମାଳ, ତା୨୫/୨/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଅଧ୍ୟୁଷିତ ଆଦିବାସୀ ତଥା ବୌଦ୍ଧ-କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ ବରଗାଁ ପଞ୍ଚାୟତର କୁମେଲବନ୍ଧ ଗ୍ରାମ ନିକଟସ୍ଥ ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗବାନ କହଁର ରବିବାର ଓଡ଼ିଶା ସରକାର ଆଦିବାସୀଙ୍କ ଉନ୍ନତି ନିମନ୍ତେ ଭୂମିପୂଜନ କରିଛନ୍ତି। ପୂର୍ବରୁ ଅଞ୍ଚଳର ଜନ ସାଧାରଣ ଶ୍ରୀ କହଁରଙ୍କୁ ଆଦିବାସୀର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଢ଼ୋଲ ତାସା ବାଦ୍ୟର ତାଳେ ତାଳେ ନୃତ୍ୟ ସହ ପାଛୋଟି ନେଇ ଆଦି ଶକ୍ତି ଆଦିମାତା ମା’ କନ୍ଧେନବୁଢି ପୀଠରେ ପୂଜାର୍ଚ୍ଚନା ପରେ ଭୂମି ପୂଜନ ସ୍ଥଳକୁ ନେଇଥିଲେ। ଶ୍ରୀ କହଁର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ଆଦିବାସୀ ଅଧିନସ୍ଥ ଗ୍ରାମର ଉନ୍ନତିକରଣ ନିମନ୍ତେ ତାଙ୍କ ଦାୟିତ୍ୱରେ ଥିବା ବିଭାଗକୁ ଉପଯୁକ୍ତ ସ୍ଥାନରେ କାର୍ଯ୍ୟ କରିବାପାଇଁ ସଂକଳ୍ପବଦ୍ଧ। ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ସମ୍ମନ୍ଵୟ କମିଟିର ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ସାମନ୍ତ ମାଝୀ, ପୂର୍ବତନ ବରଗାଁ ସରପଞ୍ଚ ତଥା ବିଲବିଟର ସଭାପତି ବିବତ୍ସ କହଁର,ଉପସଭାପତି ସର୍ବେଶ୍ଵର ସାହୁ, ନାଗବାଚା ଗୁରୁ ଗୋବିନ୍ଦ ମଳିକ, ମିଟୁ ମଳିକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




