Religion

ମା ତାରିଣୀଙ୍କ ପଞ୍ଚମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା।

 

ଢେଙ୍କାନାଳ ଶାସନ ଛକରେ ଥିବା ମା ତାରିଣୀଙ୍କ ପିଠରେ ମା’ଙ୍କ ପଞ୍ଚମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା କରାଯାଇଥିଲା। ସ୍ଥାନୀୟ ଜେଲପୋଖରୀ ରେ ପୂଜାର୍ଚ୍ଚନା କରାଯାଇ ୧୦୮ ଉର୍ଦ୍ଧ ମହିଳା ବାଦ୍ୟ ଦ୍ବାରା ସହର ପରିକ୍ରମା କରାଯାଇ ପୀଠରେ ପହଁଞ୍ଚିବା ସହ ମା’ଙ୍କର ପୂଜାର୍ଚ୍ଚନା ଓ ଅଧିବାସ ପୂଜା ଆରମ୍ଭ ହୋଇଥଲା। ୨୪, ୨୫ ଓ ୨୬ ତିନି ଧରି ମା’ଙ୍କ ପୂଜାର୍ଚ୍ଚନା ହେବାସହ ଆସନ୍ତା ୨୬ ଦିନ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କରାଯିବ ଏବଂ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ସୂଚନା ଦେଇଛନ୍ତି ପୂଜା କମିଟି। ପୂଜକ ଲିଙ୍ଗରାଜ ପତି,କର୍ତ୍ତା ଶ୍ରୀକାନ୍ତ ସାମଲ ଓ କର୍ତ୍ତୀ ବେବିନା ସାମଲ, ସଭାପତି ଶରତ କୁମାର ବେହେରା, ସମ୍ପାଦକ ନକୁଳ ବେହେରା, ସହ ସମ୍ପାଦକ ଲକି ବେହେରା କୋଷାଧ୍ୟକ୍ଷ ଦିଲିପ୍ ବେହେରା ଓ ସମୀର ବେହେରା, ଫଣ୍ଟୁ ମେହେର, ଟିକି ସାହୁ, ଚିଞ୍ଚ ବେହେରା, ସମ୍ରାଟ,ଚିକୁ,ଚନ୍ଦୁ,ସାଇ, ଓମ୍, କ୍ରିଷ୍ଣା, କାହ୍ନା,ଲକି,ଛୋଟୁ,ସାନୁ ଓ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ କଳସ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଚାଲିଥିଲା।

Related Articles

Back to top button