Religion
ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମାଘ ପୂର୍ଣ୍ଣିମା ଥିବା ରୁ ଗଜଉଦ୍ଧାରଣ ବେଶ


ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ମାଘମାସ ପୂର୍ଣ୍ଣିମା ଥିବା ରୁ ଗଜଉଦ୍ଧାରଣ ବେଶ ନୀତି ପାଳିତ ହୋଇଯାଇଛି। ଏହି ବେଶ ମଧ୍ୟାହ୍ନ ଧୂପ ପରେ ଗଜଉଦ୍ଧାରଣ ବେଶ ରେ ଠାକୁରଙ୍କୁ ଫୁଲ ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା। ଏହି ବେଶରେ ଠାକୁରଙ୍କ ପାଖରେ ବମ୍ ଫୁଟା ଯାଇଥିଲା। ସନ୍ଧ୍ୟା ରେ ସନ୍ଧ୍ୟା ଆଳତି ଓ ରାତ୍ରୀରେ ଅର୍ନ ଖେଚେଡ଼ି ଡାଲମା ଭୋଗ ଲାଗି କରାଯିବ। ପରେ ପହଡ ପଡ଼ିବ। ପୂଜକ ମଳୟ କର ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର ସୁଆର ଯୋଗେଶ୍ଵର ଆଚାର୍ଯ୍ୟ କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ଗଜଉଦ୍ଧାରଣ ବେଶ ନୀତି ପାଳିତ ହୋଇଯାଇଛି।



