ଘଣ୍ଟାପଡ଼ାର ନାମଯଜ୍ଞ ଉଦଯାପିତ ,ନାମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ।


କଣ୍ଟାମାଳ, ତା୨୫/୨ ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା-ପୋଡାପଦର ସାଘମେଳା ପୂଜା କମିଟି ଦ୍ଵାରା ତିନିଦିନ ଧରି ଚାଲିଥିବା ଅଷ୍ଟ ପ୍ରହର ନାମଯଜ୍ଞ ଶନିବାର ଦିନ ପୁନଃଶ୍ଚରଣ ହୋଇଯାଇଛି। ପରେ ଦଧିହାଣ୍ଡିକୁ ସଂକୀର୍ତ୍ତନ ମାଧ୍ୟମରେ ନଗର ପରିକ୍ରମା ଯଜ୍ଞମଣ୍ଡପରେ ଭଙ୍ଗାଯାଇଥିଲା। ଉକ୍ତ ନାମଯଜ୍ଞରେ ୧୨ଟି ସଂକୀର୍ତ୍ତନ ମଣ୍ଡଳୀଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସଂକୀର୍ତ୍ତନ ଯୋଗୁଁ ଶ୍ରଦ୍ଧାଳୁଙ୍କ ସହ ହଜାର ହଜାର ଦର୍ଶନାର୍ଥୀ ପ୍ରଭୂ କୃପା ଲାଭ କରିଥିଲେ। ଉକ୍ତ ନାମ ଯଜ୍ଞରେ ସ୍ଥାନୀୟ କଣ୍ଟାମାଳ ବିଧାୟକ ମହିଧର ରଣା, ବିଜେପି ନେତା କହ୍ନେଇ ଡାଙ୍ଗ, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟ ଦର୍ଶନୀ ରଥ,ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ, ପୂର୍ବତନ ଡବ୍ଲୁଓଡିସି ସଦସ୍ୟ ପ୍ରକାଶ ସାହୁ, କଂଗ୍ରେସ ନେତା ପ୍ରଶାନ୍ତ ସାହୁ, ମନୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ।ଗୁରୁବାରଠୁଁ ଆରମ୍ଭ ହୋଇଥିବା ଉକ୍ତ ନାମଯଜ୍ଞରେ ପଣ୍ଡିତ ରାଧାରମଣ ପାଣିଗ୍ରାହୀ, ରାଜେନ୍ଦ୍ର ପାଣିଗ୍ରାହୀ ଓ ଗଜେନ୍ଦ୍ର ପାଣିଗ୍ରାହୀ ସମସ୍ତ ହୋମଯଜ୍ଞ ଓ ପୂଜା କାର୍ଯ୍ୟ କରିଥିଲେ।କର୍ତ୍ତା ଭାବେ ଗ୍ରାମର ଗଉଁନ୍ତିଆ ଅନନ୍ତ ମାଝୀଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ଶଙ୍ଖଜିନି ମାଝୀ ପୂଜାକାର୍ଯ୍ୟ ତୁଳାଇଥିଲେ। ସେହିପରି ମାଘମେଳାର ସଭାପତି ପୁରନ୍ଦର ମହାକୁଡ଼,ସଂପାଦକ ଗଜେନ୍ଦ୍ର କହଁର, ସଂକ୍ରାନ୍ତି କମିଟିର ସଂପାଦକ ଶ୍ରୀପତି ମଲିକ, ଅଶୋକ ସାହୁ, ସୁଦାମ ପ୍ରଧାନ,ଜିତେନ୍ଦ୍ର ନାଏକ, ମହେଶ୍ଵର ରଣା,କଣ୍ଠେଶ୍ଵର ନାଏକଙ୍କ ତତ୍ତ୍ଵାବଧାନରେ ନବିନ ମେଣ୍ଡିଲି, ସୁରୁ ଚୁହାନ, ମାଧବ ସାହୁ, ନିରଞ୍ଜନ ମଲିକ, ଗୁପ୍ତେଶ୍ଵର ଚୁହାନ ସମେତ ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



