ପ୍ରକୁତି ଉଦ୍ୟୋଗ ଓ ଡି.ଆଇ.ସି ଭୁବନେଶ୍ୱର ସହଯୋଗରେ ଏମ.ଏସ.ଏମ.ଇ ଶିଳ୍ପ ପ୍ରତିଷ୍ଠା କର୍ମଶାଳା.


ଭୁବନେଶ୍ୱର, ଇତି ମଧ୍ୟରେ ଡିଆଇସି ଓ ପ୍ରକୁତି ଉଦ୍ୟୋଗ ମିଳିତ ସହଯୋଗରେ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ମିଶନ ଶକ୍ତି ଗୃହରେ ଏମ ଏସ ଏମ ଇ ବିଭାଗ ତରଫରୁ ଅଣୁ, ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଉତ୍ତର ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ଏସଏଚଜି ଗ୍ରୁପର ମହିଳା ମାନେ ଉପସ୍ଥିତ ଥିଲେ. ଭୁବନେଶ୍ୱର ଡିଆଇସିର ପରିଚାଳନା ନିର୍ଦେଶକ ଗଗନ ବିହାରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା ମାନଙ୍କୁ ଋଣ ନେଇ ଘରେ ଘରେ ଛୋଟ ଛୋଟ ଉଦ୍ୟୋଗ କରିବା ପାଇଁ ଟ୍ରେନିଂ ଦେଇଥିଲେ. କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସିଡିପିଓ ଶ୍ରୀମତୀ କବିତା ମହାପାତ୍ର ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏସଏଚଜି ମା ମାନଙ୍କୁ ଯେତେ ପରିମାଣରେ ବିଭିନ୍ନ ଯୋଜନା ପାଇଁ ଋଣ ଦେଉଛନ୍ତି ଓ ସୁଜାତା କାର୍ତ୍ତିକେୟନ ମ୍ୟାଡ଼ାମ ଯେପରି ମା ମାନଙ୍କ ଉନ୍ନତି ପାଇଁ ବହୁ କାମ କରୁଛନ୍ତି ତାକୁ ମା ମାନେ ବୁଝି ଏସଏଚଜି ରୁ ଅଣୁ ଖୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ହୋଇ ସମୃଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ.ଏସଏଚଜି ରୁ ଏସଏମଇ ହେବାକୁ ସିଡିପିଓ ମ୍ୟାଡ଼ାମ ବୁଝାଇ ମା ମାନେ କିପରି ଆଗକୁ ଯିବେ, ନିଜ ଗୋଡ଼ରେ ଠିଆ ହୋଇ ପରିବାରକୁ ଆର୍ଥିକ ସ୍ୱଚ୍ଛଳ କରିପାରିବେ, ସ୍ୱାଭିମାନର ସହ ବଞ୍ଚି ପାରିବେ ଓ ମିଶନଶକ୍ତିର ସଚିବ ସୁଜାତା ମ୍ୟାଡ଼ାମଙ୍କ ସ୍ବପ୍ନ ସାକାର କରି ଓଡ଼ିଶାର ଉନ୍ନତି କରିବା ପାଇଁ ପ୍ରକୁତି ଉଦ୍ୟୋଗ ତାର ଅହରହ ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ପ୍ରକୁତି ଉଦ୍ୟୋଗର ପ୍ରତିଷ୍ଠାତା କୃଷ୍ଣପ୍ରିୟା ମିଶ୍ର. ମା ମାନେ ଘରୁ ବାହାରୁ ନ ଥିଲେ କିନ୍ତୁ ଏବେ ଘରୁ ବାହାରି ନିଜେ ଋଣ ନେଇ ନିଜ ଉଦ୍ୟମରେ ରୋଜଗାର କରି ଆଗକୁ ଆହୁରି ବଢିବା ପାଇଁ ଆଶା ରଖିଛନ୍ତି ସରପଞ୍ଚ ଦେବ ରାଜ ଭୋଇ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




