Education

_ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉତ୍ସବ “ବୈଶାଖୀ” ଅନୁଷ୍ଠିତ,

 _ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ” ବୈଶାଖୀ ‘ ଅନୁଷ୍ଠିତ ହୋଯାଇଅଛି। ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷତ୍ତମପୁର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସିପ୍ରା ବରାଳ, ମୁଖ୍ୟ ବକ୍ତା ଭାବେ ଭୁବନ NAC ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ସମ୍ମାନୀତ ଅତିଥି ଭାବେ ଭୁବନ ବ୍ଲକ ଉପାଧ୍ୟକ୍ଷl ସରୋଜିନୀ ଦ୍ବିବେଦୀ ଓ ବରିଷ୍ଟ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ଦ୍ବିବେଦୀ ଯୋଗଦେଇ ଆଦର୍ଶ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ତରଫରୁ ଏହି ଶିକ୍ଷାନଷ୍ଠାନଗୁଡ଼ିକୁ ମଡେଲ ଭାବେ ତିଆରିକରି ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ଉନ୍ନତି ତଥା କ୍ୟାରିୟର ଗଠନ ଦିଗରେ ସହାୟକ ହୋଇପାରିଛି ବୋଲି କହିଥିଲେ। ଏହି ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ରେ ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ, ଅଭିଭାବକ ଆଭିଭାବିକା ମାନେ। ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଙ୍କ ସହ ଅଭିଭାବକ ଆଭିଭାବିକା ମାନେ ସହଯୋଗ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାହୁ ନିଜ ବକ୍ତବ୍ୟରେ କହିଥିଲେ l

ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button