ବିଦ୍ୟାଧର ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।


ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ବିଦ୍ୟାଧର ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ମିଳିଛି ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର। ଜିଲ୍ଲା ଟାଉନ ସ୍ଥିତ ଚଇନି ପୁର ହାଇ ସ୍କୁଲରେ ଆୟୋଜିତ ଜିଲ୍ଲାସ୍ତରୀୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବରରେ ଜିଲ୍ଲାପାଳ ଏହି ପୁରସ୍କାର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତିନି ପରିଡ଼ାଙ୍କୁ ପ୍ରଦାନ କରି ଥିଲେ। ବିଦ୍ୟାଧର ପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୧୯୪୮ ମସିହାରେ ପ୍ରତିଷ୍ଠା ହୋଇ ଥିବା ବେଳେ, ପ୍ରାଥମିକ ଓ ପରବର୍ତ୍ତୀ ସମୟରେ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଛି। ଛତିଆ ଇଚ୍ଛା ନଗର ପାଟଣା କ୍ଳଷ୍ଟର ଅଧୀନ ଏହି ବିଦ୍ୟାଳୟ ଆଜିକୁ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ମେଧା ବୃତ୍ତି ପରୀକ୍ଷା ରେ ସଫଳତାର ସହିତ କୃତିତ୍ୱ ହାସଲ କରି ଏହି ବିଦ୍ୟାଳୟ କୁ ଗର୍ବିତ କରିଛି।
ଅଦ୍ୟାବଧି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଉ ଥିବା ବେଳେ,ତୃତୀୟ ଶ୍ରେଣୀ ମେଧା ବୃତ୍ତି , ପଞ୍ଚମ ଶ୍ରେଣୀ ମେଧାବୃତ୍ତି, ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି, ଏନ୍ ଆର୍ ଟି ଏସ୍, ଏନ୍ ଏମ ଏମ ଏସ ମେଧା ବୃତ୍ତି ପରୀକ୍ଷାରେ ୫୮ଜଣ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ କୃତିତ୍ୱ ହାସଲ କରି ବ୍ଲକ ତଥା ସମଗ୍ର ଜିଲ୍ଲାରେ ଏହି ବିଦ୍ୟାଳୟ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।
ତେବେ ବିଦ୍ୟାଳୟ ର ଏହି ସଫଳତା ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ, ପରିଚାଳନା କମିଟି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇ ଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ୨୭୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ, ୮ଜଣ ଶିକ୍ଷୟତ୍ରୀ, ଜଣେ ଖେଳ ଓ ଜଣେ କଳା ବିଭାଗରେ ବିଦ୍ୟାଦାନ କରୁ ଛନ୍ତି।




