ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଦୁଇଟି ପଞ୍ଚାୟତର ଚୂଡାନ୍ତ ପ୍ରସ୍ତୁତି ବୈଠକ


ରଘୁନାଥପୁର :-ସମସ୍ତେ ଜାଣନ୍ତି ବିଶ୍ୱର ମଙ୍ଗଳ ନିମନ୍ତେ ସର୍ବତ୍ର ଶାନ୍ତି ସ୍ଥାପନା କରିବାକୁ ଯଜ୍ଞ ର ଆବଶ୍ୟକ ହୋଇଥାଏ ! ଏହି ଯଜ୍ଞ ଆୟୋଜନ କରିବାକୁ କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ପରିତ୍ୟାଗ କରି ସତ୍ୟ ଶାନ୍ତି ଦୟା କ୍ଷମା କୁ ଆପଣାର ନ କଲେ ଯଜ୍ଞପୁରୁଷ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ ବୋଲି ଆଧ୍ୟାତ୍ମିକ ଧର୍ମଗୁରୁ ସ୍ୱାମୀ ନିର୍ଭୟାନନ୍ଦ ମହାରାଜ ଉପସ୍ଥିତ ଭକ୍ତ ମଣ୍ଡଳୀକୁ ସଚେତନ କରାଇଛନ୍ତି ! ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡ଼ଙ୍ଗା ଓ ପୁରୁଣାବସନ୍ତ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଶ୍ରୀଶ୍ରୀ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଯଜ୍ଞ କମିଟିର ମାର୍ଗଦର୍ଶକ ଭାବେ ଯୋଗଦେଇ ସ୍ୱାମୀ ନିର୍ଭୟାନନ୍ଦ ମହାରାଜ ସ୍ୱଳ୍ପ ସମୟ ପାଇଁ ଉପସ୍ଥିତ ଶ୍ରଦ୍ଧାଳୁ ବ୍ୟକ୍ତି ମାନଙ୍କୁ ଯଜ୍ଞ ର ଵିଧି ଓ ସମାଜ ପାଇଁ ଯଜ୍ଞ ର ଆବଶ୍ୟକତା ବିଷୟରେ ମତ ବ୍ୟକ୍ତ କରିଥିଲେ ! ଯଜ୍ଞ କମିଟିର ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ନୃସିଂହ ଚରଣ ଦାସ, ଠାକୁର ଙ୍କ ମୁଖ୍ୟ ପୂଜକ ଉମେଶ କୁମାର ନନ୍ଦ,ନିରଞ୍ଜନ ନାୟକ, ଦୀନବନ୍ଧୁ ନାୟକ, କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ରବିନାରାୟଣ ଦାସ, ସ୍ୱାଧୀନ ଚୌଧୁରୀ, ସରୋଜକାନ୍ତ ତ୍ରିପାଠୀ, ପ୍ରବୋଧ ଚନ୍ଦ୍ର ଦାସ, ସ୍ନିଗ୍ଧାରାଣୀ ଚୌଧୁରୀ, ଓ ରୁବିନା ଦାସ ଙ୍କ ସହିତ ଏରଡ଼ଙ୍ଗା ଓ ପୁରୁଣା ବସନ୍ତ ପଞ୍ଚାୟତର ଏସ.ଏଚ.ଜି.
ଗ୍ରୁପର ମହିଳା ମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ଯଜ୍ଞ କାର୍ଯ୍ୟକୁ ଯଥା ଵିଧି ଓ ରୀତିନୀତି ଅନୁସାରେ ଆୟୋଜନ କରିବାକୁ ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିବା ସହିତ ସ୍ୱାମୀ ଜୀ ଙ୍କ ପରାମର୍ଶକୁ ଗୁରୁତ୍ୱ ଦେଇଥିଲେ ! ବୈଠକ ପୂର୍ବରୁ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ବାବାଙ୍କ ସମେତ ସମସ୍ତ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମାଆଙ୍କ ଆଶୀର୍ବାଦ ଅର୍ପଣ କରିଥିଲେ ! ଆସନ୍ତା ମଇ ମାସ ୨୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ରେ ସମସ୍ତେ ସହଯୋଗୀତା ଓ ସହାଭାଗିତା କରିବା ପାଇଁ ସ୍ୱାମୀଜୀ ସମସ୍ତଙ୍କୁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !



