ଓଡ଼ିଶା ମାଧ୍ୟମିକ ବୋର୍ଡ ପରୀକ୍ଷା ୨୦୨୪,


ତା ୨୩-୦୨-୨୦୨୪ ଓଡ଼ିଶା ମାଧ୍ୟମିକ ବୋର୍ଡ ପରୀକ୍ଷା ୨୦୨୪, ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚାଲୁଥିବା ୨ୟ ଦିନ ସେକେଣ୍ଡ ଲେଙ୍ଗୁୟେଜ ଇଂରାଜୀ ପରୀକ୍ଷା ଅଳେକ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି। ହାଜୀ ସେଖ ସମୀରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ କୃଷ୍ଣାନନ୍ଦପୁର ର ପରୀକ୍ଷାର୍ଥୀମାନେ ଠିକ ସମୟରେ ଘରୁ ବାହାରକୁ ନଥିବାରୁ ପରୀକ୍ଷା କେନ୍ଦ୍ର ରେ ପହଞ୍ଚି ପାରୁନାହାନ୍ତି ଅଥବା ଖୁବ୍ ଗୀତରେ ମଟର ସାଇକେଲ ଓ ବାଇକ୍ ଚଳାଇ ଏକସିଡେଟ ର ସାକାର ହେଉଛନ୍ତି । କୃଷ୍ଣାନନ୍ଦପୁର ଗ୍ରାମପଞ୍ଚାୟତର ସମସ୍ତ ଅଭିଭାବକ ମାନଙ୍କୁ ମୋର ବିନୀତ ଅନୁରୋଧ, ସେମାନେ ତାଙ୍କର ପିଲାମାନଙ୍କୁ ନିଜେ ସାଙ୍ଗରେ ନେଇ ପରୀକ୍ଷା କେନ୍ଦ୍ର ରେ ଛାଡ଼ନ୍ତୁ। ବଡ଼ ଦୁଃଖର ବିଷୟ ଯେ ଗୋଟିଏ ବାଇକ୍ ଚାଳକ ବାଇକ୍ ଚଳାଇବା ବେଳେ ଭାରସାମ୍ୟ ହରାଇ ଗୁରୁତର ଭାବେ ଆହାତ ହୋଇ ଚିକିତ୍ସା ଅଧିନ ଅଛନ୍ତି। ଖବର ରୁ ଜଣା ପଡିଛି ଯେ ସେ ବାଇକ୍ ଚାଳକର ନାମ ଓହିଦୁସ ଜମା, ମାନୁମହଲା । ଏଣୁ ସମସ୍ତ ଅଭିଭାବକ ମାନଙ୍କୁ ମୋର ବିନୀତ ପ୍ରାର୍ଥନା ଯେ ଆସନ୍ତା ଦିନ ମାନଙ୍କରେ ତାଙ୍କ ପିଲାଙ୍କ ଯିବା ଆସିବା ଉପରେ ଦୃଷ୍ଟି ରଖନ୍ତୁ। ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା।




