Country

ନିଖିଳ ଓଡିଶା ଲେଡି ମେଟ୍ରୋନ ମହାସଂଘର ସାମ୍ବାଦିକ ସମ୍ମିଳନୀ.

ଭୁବନେଶ୍ୱର ଆଜି ଯାନ୍ତ୍ରିକ ଭବନରେ ନିଖିଳ ଓଡିଶା ଲେଡି ମେଟ୍ରୋନ ମହାଶଙ୍ଘ ତରଫରୁ ସରକାରଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଛନ୍ତି. ଲେଡି ମେଟ୍ରୋନ ସଙ୍ଘ ତାଙ୍କର ବହୁ ଦାବି ହାସଲ ପାଇଁ ବାରମ୍ବାର ଧାରଣା, ବି୍ଷୋଭ, ରାଲି ଆଦି ବିଧାନସଭା ସମ୍ମୁଖରେ କରି ଆସିଛନ୍ତି. ଏବେ ନିକଟ ଅତୀତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲେଡି ମେଟ୍ରୋନ ମାନଙ୍କର ସବୁ ଦାବି ଗ୍ରହଣ କରିନେଇଛନ୍ତି ଥିବାରୁ ସଙ୍ଘ ତରଫରୁ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଛି. ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ତିନୋଟି ମୁଖ୍ୟ ଦାବି ପୂରଣ କରିଛନ୍ତି. ଦରମା 15 ହଜାରକୁ ବୃଦ୍ଧି, ମୃତ୍ୟୁ ବରଣ କଲେ ପରିବାରକୁ ଅନୁକମ୍ପା ରାଶି 1 ଲକ୍ଷ 50ହଜାର ଟଙ୍କା ପ୍ରଦାନ ଓ ଅବସର କାଳୀନ ସୁବିଧା ଦୁଇ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିବାରୁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ଲେଡି ମେଟ୍ରୋନ ସଂଘର ରାଜ୍ୟ ସଭାପତି ଝରଣା ମହନ୍ତ.ଦୀର୍ଘ ଦିନ ଧରି ଦାବି ଗୁଡିକ ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଉଥିବା ଲେଡି ମେଟ୍ରୋନ ସଙ୍ଘର ଦୁଃଖ ସରକାର ପୂରଣ କରିଥିବାରୁ ଓ ଏହି ସଙ୍ଘ ଆମ ସରକାରୀ କର୍ମଚାରୀ ସମନ୍ୱୟ ସମିତି ସହିତ ସହବନ୍ଧିତ ହୋଇଥିବାରୁ ଆମେ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ରାଜ୍ୟ ସରକାରୀ କର୍ମଚାରୀ ସମ୍ୱନ୍ନ୍ୱୟ ସମିତିର ସଭାପତି ଅଶୋକ ମହାନ୍ତି.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button