ରାଜ୍ୟ ରୋଷେୟା ଓ ସେବାୟତ ସଙ୍ଘର ଆନ୍ଦୋଳନ.


ଭୁବନେଶ୍ୱର ଆଜି ବିଧାନସଭା ସମ୍ମୁଖରେ ଲୋୟାର ପିଏମଜୀ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ରାଜ୍ୟ ରୋଷେୟା ଓ ସେବାୟତ ସଙ୍ଘ ତରଫରୁ ତିନି ଦଫା ଦାବି ପୂରଣ ପାଇଂ ଆନ୍ଦୋଳନ କରାଯାଇଥିଲା.ଆମେ ଆମର ନ୍ୟାର୍ଯ୍ୟ ଦାବି ପୂରଣ ପାଇଂ ପୂର୍ବରୁ ସରକାରଙ୍କ ସହିତ ଆଲୋଚନା କରିଛୁ, ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶୃତି ପାଇଛୁ,ହେଲେ କିଛି ମିଳିନି. ଆଜି ପାଇଁ ଆମେ ମାନ୍ୟବର ମନ୍ତ୍ରୀଙ୍କୁ ଜଣାଇଛୁ ଆମକୁ ହଁ କହି କୁଆଡେ ପଳାଇଲେ ଓ ଦାବି ପୂରଣ ନ ହେବାଯାଏ ରାଜରାସ୍ତାରେ ବସିବୁ, ସବୁ ହଷ୍ଟେଲରେ ରୋଷେଇ ବନ୍ଦ କରିବୁ ବୋଲି କହିବା ସହ ଏଥିପାଇଁ ଯାହା ସମସ୍ୟା ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ରୋଷେୟା ସଂଘର ସଭାପତି ଶାରକା କିର୍ତ୍ତୀ.ଆମେ 25ବର୍ଷ ହେଲା କାମକରିଆସୁଛୁ, ଆମ ଦରମା ମାତ୍ର 12ହଜାର ଟଙ୍କା, ଆମ ପରିବାରକୁ ଛାଡି 24ଘଣ୍ଟା ଖଟୁଛୁ ହେଲେ ସରକାର ଆମ କଥା ବୁଝୁ ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆମର ଦରମା 25ହଜାର କରାଯାଉ, ଅବସର ପରେ 10 ଲକ୍ଷ ଟଙ୍କା ଦିଆଯାଉ ଓ ମୃତ୍ୟୁ ବରଣ କଲେ ପରିବାରରୁ ଜଣଙ୍କୁ ନିଯୁକ୍ତି ମିଳୁ ବୋଲି ଦାବି ଜଣାଇଛନ୍ତି ରାଜ୍ୟ ରୋଷେୟା ଏବଂ ସେବାୟତ ସଙ୍ଘର ଯୁଗ୍ମ ସମ୍ପାଦିକା ରୁକ୍ମିଣୀ ନାୟକ. ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




