Religion

ମହାବୀର ହନୁମାନ ଦେବ ଙ୍କ ଜନ୍ମ ବାର୍ଷିକ ଉତ୍ସବ

 

ନେଳିଆ ପଂଚାୟତ ପଦ୍ମନାଭ ପୁର କାଳନ୍ଦୀ ହ୍ରଦ ତଟ ଦେଶ ରେ ବିରାଜ ମାନ କରିଥିବା ମହାବୀର ହନୁମାନ ଦେବ ଙ୍କ ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ଚଳିତ ମାସ 20ତାରିଖ ଠାରୁ ଆରମ୍ଭ ହୋଇ 22ତାରିଖ ପର୍ଯ୍ୟନ୍ତ 3ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି, ଏହି ଅବସର ରେ ତିନି ଦିନ ବ୍ୟାପି ବିଶ୍ୱ ଶାନ୍ତି ମହା ଯଂଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପ୍ରବଚନ ଓ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହେଉଅଛି, ପ୍ରଥମ ରାତ୍ରି ରେ ସୁନାମ ଧନ୍ୟ ଗାୟିକା ପ୍ରଭାତୀ ସ୍ୱାଇଁ ଦ୍ୱିତୀୟ ରଜନୀ ରେ ସୁନାମ ଧନ୍ୟ ପ୍ରବଚକ ଶିବ ପ୍ରସାଦ ଦାଶ ଶିବନନାମନ ମୁଗ୍ଧ କର ପ୍ରବଚନ ପ୍ରଦାନ କରିଥିଲେ, ଶେଷ ଦିନ ସନ୍ଧ୍ୟା ରେ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ପାଲ ନନ୍ଦ ଓ ସାଥି ମାନେ ମନ ମୁଗ୍ଧ କର ଭଜନ ପରିବେଷଣକରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଅଛି, ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଭିନ୍ନ କ୍ଷେତ୍ର ରେ ଉଲେଖ ନିୟ ଅବଦାନ ପାଇଁ ବହୁ ପ୍ରତିଭା ବାନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ମୁଖ୍ୟ ଅତିଥି କମିଟି ର ସଭାପତି ଅଭିରାମ ବେହେରା ସମ୍ପାଦକ ରତ୍ନାକର ପ୍ରତିହାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ଆୟୋଜିତ ଯଂଜ୍ଞ ରେ ଜଗବନ୍ଧୁ ରାଉତ ତାଙ୍କ ପତ୍ନୀ ସ୍ବର୍ଣ୍ଣ ପ୍ରଭା କର୍ତ୍ତା କର୍ତ୍ତୀ ଅଭିରାମ ବେହେରା ଓ ତାଙ୍କ ପତ୍ନୀ ଖୁଲଣା ଉପ କର୍ତ୍ତା କର୍ତ୍ତୀ ଭାବରେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ପଣ୍ଡିତ ନିରଞ୍ଜନ କର ରଶ୍ମି ରଞ୍ଜନ ପତି ବିଜୟ ମିଶ୍ର ସ୍ମୃତି ରଞ୍ଜନ ତ୍ରିପାଠୀ ଓ ସୁନୀଲ ତ୍ରିପାଠୀ ବେଦ ମନ୍ତ୍ର ପାଠ କରଥିଲେ, ତିନି ଦିନ ବ୍ୟାପି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରଦାଡ ସେବନ ର ବ୍ୟବସ୍ଥା କରାଯାଇଅଛି, ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button