ଘଣ୍ଟାପଡ଼ା-ପୋଡାପଦର ସ୍ଥିତ ବାବା କଳକେଶ୍ଵର ମନ୍ଦିରରେ ମାଘମେଳା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଓ ଅଧିବାସ


କଣ୍ଟାମାଳ, ୨୨ / ୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା-ପୋଡ଼ାପଦର ସ୍ଥିତ ମାଘମେଳା କମିଟି ଓ ସଂକ୍ରାନ୍ତୀ କମିଟିର ମିଳିତ ସହଯୋଗ ଦ୍ବାରା ଆୟୋଜିତ ହେବାକୁଥିବା ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ମହିଳା ଶ୍ରଦ୍ଧାଳୁ ଓ ପୁରୁଷ ଶ୍ରଦ୍ଧାଳୁ ଏକ ବିରାଟ ପଟୁଆରରେ ନିକଟସ୍ଥ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲ ନଦୀରେ ଗଙ୍ଗାମାତାଙ୍କୁ ଆରାଧନା କରି ପୁରୋହିତଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ମହିଳା ଶ୍ରଦ୍ଧାଳୁ ଜଳପୂର୍ଣ୍ଣ କଳସ ବହନ କରି ଶୋଭାଯାତ୍ରାରେ ବାହାରି ଘଣ୍ଟ ଶଙ୍ଖ, ସଂକୀର୍ତ୍ତନ୍ୟ, ଆଦିବାସୀ ବାଦ୍ୟରେ ଗାଁ ଦାଣ୍ଡଧୂଳି ଉଡାଇ ଗ୍ରାମ୍ୟ ପରିକ୍ରମା କରିଥିଲେ।ପରେ ପୂଜା ମଣ୍ଡପରେ କଳସ ସ୍ଥାପନ କରି ଅଧିବାସ କରିଥିଲେ। ଉକ୍ତ କଳସ ଶୋଭାଯାତ୍ରାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ କଣ୍ଟାମାଳ ବିଧାୟକ ଭଗବାନ କହଁର ଯୋଗଦେଇ କଳସ ଶୋଭାଯାତ୍ରା ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ। ଉକ୍ତ ପୂଜାରେ ବଡ଼ପଣ୍ଡା ରାଧାରମଣ ପାଣିଗ୍ରାହୀ, ରାଜେନ୍ଦ୍ର ପାଣିଗ୍ରାହୀ ,ଗକେନ୍ଦ୍ର ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇଥିଲେ ଓ ସପତ୍ନୀକ ଅନନ୍ତରାମ ମାଝୀ ଓ ଶଙ୍ଖଜିନୀ କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ଶୁକ୍ରବାର ସକାଳ ୯ ଘଣ୍ଟା ସମୟରେ ନାମଯଜ୍ଞ ଆରମ୍ଭ ହେବା ନେଇ କମିଟି ସଭାପତି ପୁରନ୍ଦର ମହାକୁଡ଼ ପ୍ରକାଶ କରିଛନ୍ତି।ମାଘମେଳା କମିଟି ସଂପାଦକ ଗକେନ୍ଦ୍ର କହଁର, ସଂକ୍ରାନ୍ତୀକମିଟୀ ସଂପାଦକ ଶ୍ରୀପତୀ ମଲିକ, ସୁଶାନ୍ତ ମାଝୀ, ମହେଶ୍ଵର ରଣା ,ଶିବ ବାବାଙ୍କ ପୂଜକ ନିଦ୍ୟାନନ୍ଦ ସେନାପତି ଓ ଗ୍ରାମବାସୀ ସମସ୍ତ କାର୍ଯ୍ୟରେ ତଦାରଖ ଓ ସହଯୋଗ କରିଥିଲେ।
କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



