ବିକାଶ ନାମରେ ଶଙ୍ଖନାଦ , କେତେ ବାସ୍ତବତା, କେତେ ସତ୍ୟତା


ଏରସମା –: ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ସଚେତନତା କାର୍ଯ୍ୟକ୍ରମ ଖୁବ ଆଡମ୍ବରରେ ବ୍ୟୟ ବହୁଳ ଭାବେ ଚାଲିଲା !ଦୀର୍ଘ ବର୍ଷର ଶାସକ ସରକାର ନିଜର ବାହାବା ନେବାକୁ ହଜାର ହଜାର ନରନାରୀଙ୍କୁ ଡକାଇ ବିକାଶର ମନଲୋଭା ଭାଷଣ ଶୁଣେଇଲେ, ଆଉ ଭାତ ଘାଣ୍ଟିଆ ରେ ଭେଳିକି ଦେଖେଇଲେ ! କିନ୍ତୁ ବିକାଶର ବାସ୍ତବତା ଜଣାପଡିଗଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧିନସ୍ଥ ଭିତରଅନ୍ଧାରି ପଞ୍ଚାୟତ ର ବଉଳପଡ଼ା ଗ୍ରାମରେ ! ଏହି ଗ୍ରାମର ୭୦ ବର୍ଷୀୟା ଛବି ବେୱା ସ୍ୱାମୀକୁ ଯେତେବେଳେ ହରେଇଲେ ସେତେବେଳେ ତାଙ୍କ ବଡ଼ଝିଅକୁ ମାତ୍ର ଦୁଇ ବର୍ଷ ବୟସ ! ସ୍ୱାମୀ ଗଲାପରେ ଘରର ବୋଝ ସହିତ ଦୁଇଝିଅ ରଶ୍ମିତା ଓ ମମତା ଙ୍କୁ ଶିକ୍ଷାଦୀକ୍ଷା ଦେଇ ବଡ଼ଝିଅକୁ ବିବାହ ଦେବା ବେଳକୁ ଅନେକ ଦୁଃଖର ସାମ୍ନା କରିବାକୁ ପଡିଥିଲା !ଆଜି ସୁଦ୍ଧା ଦୀର୍ଘ ୩୭ ବର୍ଷ ହେବ ସ୍ୱାମୀକୁ ହରାଇଥିଲେ ବି ଅଭାବ ଅସୁବିଧା ତାଙ୍କ ଜୀବନ କୁ ନୟାନ୍ତ କରି ଚାଲିଛି ! ତଥାପି ଅଭାବ ଅସୁବିଧା ଦୁଃଖ ପିଛା ଛାଡ଼ିନାହିଁ !ବଡ଼ଝିଅ ରଶ୍ମିତା କୁ ବିବାହ କରେଇବା ପରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ସିନା ଜନ୍ମ ନେଲା କିନ୍ତୁ ସ୍ୱାମୀ ଙ୍କୁ ସବୁଦିନ ପାଇଁ ହରେଇ ଶାଶୁ ଘରର ଗଞ୍ଜଣା ସହି ନପାରି ନିଜ ମାଆ ଛବି ବେୱା ପାଖକୁ ପଳେଇ ଆସି ରହିଲେ !ସାନ ଝିଅ ମମତାର ବିବାହ ଥରେ ନୁହେଁ ତିନିଥର ତିନି ବର ଙ୍କ ସହିତ ହୋଇଥିଲେ ବି ସମସ୍ତ ସ୍ୱାମୀ ସହିତ ସାନଝିଅ ବି ଆରପାରିକି ଚାଲିଗଲେ ଆଉ ତାଙ୍କର ସନ୍ତକ ୮ ବର୍ଷର ପୁଅ ଗଣେଷ, ୧୧ ବର୍ଷୀୟା ଝିଅ ଶଶୀରେଖା,୬ ବର୍ଷୀୟା ଝିଅ ରଶୀରେଖା ଓ ୫ ବର୍ଷୀୟା ଝିଅ ସୁପ୍ରିୟା କୁ ଛାଡ଼ିଦେଇ ଗଲେ ମାଆ ଛବି ବେୱା ପାଖରେ ! ମୁଣ୍ଡ ଉପରେ ପାହାଡ଼ ଭାଙ୍ଗି ପଡିଲା ପରି ଲାଗୁଥିଲେ ବି ଆଖିର ଲୁହକୁ ଓଠରେ ପିଇ ଆଜି ପର୍ଯ୍ୟନ୍ତ ନିଜ ଝିଅ ରଶ୍ମିତା ସହିତ ୬ ଜଣ ସନ୍ତାନକୁ ପ୍ରତିପୋଷଣ କରି ଆସୁଛନ୍ତି ! କେବଳ ରାସନ କାର୍ଡ ରେ ମିଳୁଥିବା ଚାଉଳ ଓ ବିଧବା ଭତ୍ତା ବ୍ୟତୀତ ଆଉ କିଛି ସମ୍ବଳ ନାହିଁ ବୋଲି ଅତି ଦୁଃଖରେ କାନ୍ଦି କାନ୍ଦି କହିଁଛନ୍ତି ଛବି ବେୱା ! ବାତ୍ୟା ସମୟର ଆଶ୍ରୟ ସ୍ଥଳ ଭାବେ ମିଳିଥିବା ବଖରାଏ ଘର ଅର୍ଥ ଅଭାବରୁ ପ୍ଳାଷ୍ଟର ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନର ଦୟାଦୃଷ୍ଟି ପଡିପାରିନାହିଁଏହି ଦୁସ୍ଥ ପରିବାର ଉପରେ ! ଜଗତସିଂହପୁର ର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଫାଉଣ୍ଡେସନ ର କୋଷାଧ୍ୟକ୍ଷ୍ ଶରତ କୁମାର ଦାଶ, ସଦସ୍ୟ ଭାଗବତ ପ୍ରସାଦ ଙ୍କ ସହିତ ଉକ୍ତ ପରିବାରକୁ ଭେଟି ଯତକିଞ୍ଚିତ ସହଯୋଗ କରିବା ସହିତ ପ୍ରଶାସନିକ ବ୍ୟବସ୍ଥା ଆଶୀର୍ବାଦ ଯୋଜନା ଅଧିକାରୀ,ବଦାନ୍ୟ ବ୍ୟକ୍ତିବିଶେଷ,ଓ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି ଦୁସ୍ଥ ପରିବାରକୁ ସାହାଯ୍ୟ କରିବାକୁ ଶ୍ରୀମତୀ ଆଚାର୍ଯ୍ୟ ନିବେଦନ କରିଛନ୍ତି ! ମନେହେଉଛି ଯେ ସରକାରଙ୍କର ବିକାଶ ଏହି ପରିବାର ପାଖରେ ସମ୍ପୂର୍ଣ୍ଣ ଫେଲ ମାରିଛି ! ଯେବେ ଏହା ସତ୍ୟ ନୁହେଁ ତେବେ ଆମ ଖବର ପହଂଚିବା ପରେ ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ନିବେଦନ ରଖିଛନ୍ତି !ଦେଖିବାକୁ ରହିଲା ଖବର ପ୍ରକାଶ ହେବା ପରେ କିଏ ବୁଝୁଛି ଏହି ଦୁସ୍ଥ ପରିବାରର ଦୁଃଖ ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




