Education

ଘଣ୍ଟାପଡ଼ା ହାଇସ୍କୁଲର ୨୭ଜଣ ଛାତ୍ରଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। 

ଘଣ୍ଟାପଡ଼ା ହାଇସ୍କୁଲର ୨୭ଜଣ ଛାତ୍ରଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। 

କଣ୍ଟାମାଳ, ୨୧/୨/୨୪(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ହାଇସ୍କୁଲର ମୋଟ ୨୭ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ( ୭ ଜଣ ଜିଲ୍ଲାସ୍ତରୀୟ ଓ ୨୦ ଜଣ ବ୍ଳକସ୍ତରୀୟ )ସହ ବିଦ୍ୟାଳୟର ଆଲୁମିନିଙ୍କୁ ବ୍ଳକ ସ୍ତରୀୟ ମୁଖ୍ୟମନ୍ତ୍ରୀ ଆଲୁମିନୀ ପୁରସ୍କାର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ହାଇସ୍କୁଲରୁ ଜିଲ୍ଲା ସ୍ତରୀୟ ଶିକ୍ଷା ପୁରସ୍କାର ମୋଟ ୨୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ଜଣ କେବଳ ଘଣ୍ଟାପଡ଼ା ହାଇସ୍କୁଲର ଛାତ୍ରଛାତ୍ରୀ ପୁରସ୍କାର ପାଇଛନ୍ତି। ଯାହା କି ଘଣ୍ଟାପଡ଼ା ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି। ଏ ସଂପର୍କରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁଶାନ୍ତ ମାଝୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ଓ ସମସ୍ତ ସହକାରୀ ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜିର ଶୀର୍ଷ ରାଜ୍ୟସ୍ତରୀୟ ବିଦ୍ୟାଳୟ, ଏସଏମସି ଓ ପ୍ରଧାନଶିକ୍ଷକ ପୁରସ୍କାର ସହିତ ୨୭ ଜଣ ଛାତ୍ରଛାତ୍ରୀ ଜିଲ୍ଲା ଓ ବ୍ଳକ ସ୍ତରୀୟ ପୁରସ୍କାର ପାଇପାରିଛନ୍ତି। ତେଣୁ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button