State

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘର ଶ୍ରମିକଙ୍କ ମୃତ୍ୟୁକାଳିନ ସାହାୟତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଲେ

 

–//ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ମାନଙ୍କ ମୃତ୍ୟୁ କାଳିନ ସାହାୟତା ପାଇଁ ସଙ୍ଘର ଆବାହକ ଅଶୋକ କୁମାର ତ୍ରିପାଠୀ ଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି।ନିର୍ମାଣ ଶ୍ରମିକ ଭାବେ ଦୀର୍ଘଦିନ କାମକରି ମୃତ୍ୟୁ ବରଣ କରିଥିବା ଶ୍ରମିକ ମାନଙ୍କ ପରିବାରକୁ ମୃତ୍ୟୁକାଳିନ ସାହାୟତା ଦେବାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଖାମଖ୍ୟାଲି ନୀତିପାଇଁ ପରିବାର ଲୋକେ ସାହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି।ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପାଇଁ ଦୁଇଲକ୍ଷ ଟଙ୍କା ସହାୟତା ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସେଥିରୁ ବଞ୍ଚିତ ହେଉଛନ୍ତି ପରିବାର ଲୋକେ।ନିର୍ମାଣ ଶ୍ରମିକଙ୍କର ମୃତୁ ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆବେଦନ କଲେ ମଧ୍ୟ ଦୀର୍ଘଦିନ ଧରି ଅନୁଦାନ ମିଳିପାରୁ ନାହିଁ ।ଯାହା ଫଳରେ ଆଜି ସହ ସହ ହିତାଧିକାରୀ ସଂଘର ଆବାହକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆସି ଲିଖିତ ଅଭିଯୋଗ କରିଛନ୍ତି।ନୂତନ ଭାବେ କେନ୍ଦ୍ରାପଡା ରେ ଯୋଗଦେଇଥିବା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶ ହିତାଧିକାରୀଙ୍କୁ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।ଏବେ ଦେଖିବାକୁ ବାକି ରହିଲା ନୂତନ ଜିଲ୍ଲଳାପାଳଙ୍କ ଆଦେଶ ପାଇ ଶ୍ରମ କାର୍ଯ୍ୟାଳୟ କେତେଶିଘ୍ର ସମସ୍ୟାର ସମାଧାନ କରୁଛି।

 

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button