State
ରାଜସ୍ଵ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ


ବିନିକା, ୨୦/୨ (ସମର୍ଥ ନ୍ଯୁଜ୍) ଓଡିଶା ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୂ ୬ ଦଫା ଦାବି ନେଇ ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମୁହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା, ସମ୍ପାଦକ ବିବେକାନନ୍ଦ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନରେ ବିନିକା ତହସିଲ ରାଜସ୍ଵ ପରିଦର୍ଶକ ପ୍ରିୟବ୍ରତ ସେଠି, ରାଜସ୍ଵ ନିରୀକ୍ଷକ ଫିରୋଜ ମେହେର, ବୁଲୂ ମେହେର, ବସନ୍ତ ବରିହା, ନରେନ୍ଦ୍ର ଧରୁଆ, ଜଗଦିଶ ଵାଘ, ଜୟଶ୍ରୀ ମେଣ୍ଡେଲି, ସହକାରୀ ରାଜସ୍ଵ ନିରୀକ୍ଷକ ପ୍ରଦୀପ ମେହେର, ତରୁଣାନନ୍ଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ




