Religion

ମହାମାୟୀଙ୍କ ଚତୁର୍ଥ ବାର୍ଷିକୋତ୍ସବ ପାଳନ

 

ଢେଙ୍କାନାଳ, ୧୯/୨: ଢେଙ୍କାନାଳ ସ‌ହର ରଗଡିସାହିସ୍ଥିତ ମା’ ମହାମାୟୀଙ୍କ ଚତୁର୍ଥ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର ମା’ଙ୍କୁ ସୁସଜ୍ଜିତ କରାଯାଇ ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା । ୫୦ ରୁ ଉର୍ଦ୍ଧ୍ବ ମହିଳାମାନେ ଶାସନ ପୋଖରୀ ଠାରେ ପୂଜାର୍ଚ୍ଚନା କରାଯାଇ କଳସଯାତ୍ରା ପରେ ସୂର୍ଯ୍ୟପୂଜା କରାଯାଇଥୁଲା । ତା’ପରେ ମଣ୍ଡଳ ପୂଜା, ମା’ ମହାମାୟୀଙ୍କ ଷୋଡଷଉପଚାର ପୂଜା ଓ ଯଜ୍ଞ ଆରମ୍ଭ ହୋଇଥିଲା । ପୂଜକ ତୁଲା ଭାଇନା, କର୍ତା ପ୍ରଶାନ୍ତ ନାୟକ ଓ ତାଙ୍କ ଧର୍ମପତ୍ନୀ ଲିନ୍ ନାୟକ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରିଥିଲେ । ମା’ଙ୍କ କାନେସୀ ରେଣୁ ନାୟକ, ସଭାପତି ପ୍ରଭାତି ନାୟକ, କର୍ମକର୍ତା ସୋନାଲି ନାୟକ, ଟୁନି ନାୟକ, ମମତା ବରାଳ, ପ୍ରଣତି ନାୟକ, ଭାରତୀ ନାୟକ, ଜାନକୀ ଦଳେଇ, ଦୀପା ନାୟକ, ଅର୍ପିତା ସାହୁ, ସିପା ନାୟକ, ଶ୍ରେୟା ନାୟକ, ଶ୍ୟାମସୁନ୍ଦର ନାୟକ, ଶୁଭମ୍ ନାୟକ, ସାହିଲି ନାୟକଙ୍କ ସହିତ ସାହିବାସୀନ୍ଦା ଓ ଭକ୍ତମାନେ ସହଯୋଗ କରିଥିଲେ I ଭକ୍ତ କାର୍ଯ୍ୟକ୍ରମକୁ ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମସଂକୀର୍ତନ ଓ ଭଜନ ଜଣାଣ ପରିବେଷଣ କରାଯାଇଥିଲା

Related Articles

Back to top button