୧୪ ତମ ବାର୍ଷିକ ଉତ୍ସବ ପାଳନ କଲେ ଭେଙ୍କଟେଶ୍ୱର ଇଂଲିଶ ମିଡ଼ିଅମ ସ୍କୁଲ


ତିର୍ତ୍ତୋଲ ::- ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ସ୍ଥିତ ଭେଙ୍କଟେଶ୍ୱର ଇଂଲିଶ ମିଡ଼ିଅମ ସ୍କୁଲ ଚତୁର୍ଦ୍ଦଶ ତମ ବାର୍ଷିକ ଉତ୍ସବ ପାଳନ କରିପାରିଛି !ଏହି ଅବସରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ ମେଳା
ଅନୁଷ୍ଠିତ ହୋଇଥିଲା ! ସନ୍ଧ୍ୟା ୬ ଘଟିକା ସମୟରେ ସାଂସ୍କୃତିକ ସଭାର ଆୟୋଜନ କରାଯାଇଥିଲା ! ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଭୁବଵେଶ୍ୱର ଭେଙ୍କଟେଶ୍ୱର ବିଦ୍ୟାଳୟର ସେକ୍ରେଟାରୀ ହିମାଂଶୁ ଶେଖର ପତି ! ବରଣ୍ୟ ଅତିଥି ଏସ. ଏମ. ନବୀ ଥିବାବେଳେ ସମ୍ମାନିତ ଅତିଥି ଥିଲେ ଶିକ୍ଷାବିତ ଅବଦୁଲ ଭୁଟୋ, ଇଦ୍ରୀସ ଅଲ୍ଲୀ, ମହମ୍ମଦ ଅଫଜଲ ପରବେଜ, ପ୍ରକାଶ କୁମାର ସାହୁ, ଅବସରପ୍ରାପ୍ତ ତିର୍ତ୍ତୋଲ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ,
ଦେବାଶିଷ ସାର ପ୍ରମୁଖ ଶିକ୍ଷାବିତ !
ଭେଙ୍କଟେଶ୍ୱର ସ୍କୁଲର ସେକ୍ରେଟାରୀ ସେକ ମନୋହର ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରିନ୍ସପାଲ ନଟବର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ! ବିଦ୍ୟାଳୟ ର ଆରମ୍ଭ ୨୦୧୦ ମସିହାରେ ହୋଇଥିବା ବେଳେ ବର୍ତ୍ତମାନ ୨୦୨୪ କୁ ୧୪ ବର୍ଷ ପୂରଣ କରି ପାରିଛି ! ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗି ଥିବାରୁ ଆମନ୍ତ୍ରିତ ଅତିଥି ମାନେ ବିଦ୍ୟାଳୟର ଉତ୍ତରୋତ୍ତର କାମନା କରିଥିଲେ ! ମହେନ୍ଦ୍ର କୁମାର ବେହେରା ଏବଂ ସନ୍ତୋଷ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ ! ସର୍ବଶେଷରେ ବିଜ୍ଞାନ ମେଳାରେ ତଥା ନୃତ୍ୟରେ ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ସହସ୍ରାଧିକ ବ୍ୟକ୍ତି ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉକ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା “




