Religion

ତୁଳସୀ ଚଉରା ରେ ବିଶ୍ୱ ଶାନ୍ତି ମହା ଯଂଜ୍ଞ

ଛତିଆ ନିକଟସ୍ଥ ମାଗୁରା ପଂଚାୟତ ସାନ ଦେବିଲି ସ୍ଥିତ ଶ୍ରୀ ସିଦ୍ଧ ପୀଠ ତୁଳସୀ ଚଉରା ରେ ଚଳିତ ମାସ ପନ୍ଦର ତାରିଖ ଠାରୁ ଅଠର ତାରିଖ ପର୍ଯନ୍ତ ଚାରି ଦିନ ବ୍ୟାପି ବିଶ୍ୱ ଶାନ୍ତି ମହା ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି, ଅଙ୍କୁରୋପଣ କଳସ ଯାତ୍ରା ଅଗ୍ନି ସ୍ଥାପନ ସୂର୍ଯ୍ୟ ପୂଜା ଗୋ ପୂଜା ସପ୍ତ ସତୀ ଚଣ୍ଡୀ ପୂଜା ଗୀତା ଯଂଜ୍ଞ ଗୁରୁ ପୂଜା ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ଯଥା ଵିଧି ସମ୍ପର୍ଣ୍ଣ ହୋଇଯାଇଅଛି, ସମାଜ ସେବୀ ଅମୁଲ୍ୟ ସାହୁ ଙ୍କ ତତ୍ୱା ବଧାନ ରେ ଆୟୋଜିତ ଯଂଜ୍ଞ ରେ ଆଚାର୍ଯ୍ୟ ସଞ୍ଜୟ ଦାଶ ନୃସିଂହ ଚରଣ ହୋତା ଓ ସାଥି ମାନେ ବେଦ ମନ୍ତ୍ର ପାଠ କରିଥିଲେ,ବିଷ୍ଣୁ ଚରଣ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ପ୍ରିୟା କର୍ତ୍ତା କର୍ତ୍ତୀ ଭାବରେ ଯଂଜ୍ଞ ମଣ୍ଡପ ରେବସି ଆହୁତି ପ୍ରଦାନ କରିଥିଲେ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ପୂର୍ବତନ ବିଧାୟକ ପ୍ରକାଶ ବେହେରା ସରପଞ୍ଚ ରଶ୍ମି ରଞ୍ଜନ ରାଉତ ସମିତି ସଭ୍ୟା ଭାରତୀ ହାତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ଛତିଆ ସମାଜ ସେବୀ ସଂଗଠନ ପକ୍ଷରୁ ତିନି ଦିନ ବ୍ୟାପି ସେବା କାର୍ଯ୍ୟ ଜାରି ରହିଥିଲା, ପ୍ରତେହ ସନ୍ଧ୍ୟା ରେ ନାମ ସଂକୀର୍ତନ ଭଜନ ସମାରୋହ ଓ ଆଧ୍ୟାତ୍ମିକ ପ୍ରବଚନ ଚାଲୁ ରହିଥିଲା,ପ୍ରଭାସ ନାରାୟଣ ସବ୍ୟସାଚୀ ବାରିକ ଲକ୍ଷ୍ମୀଧର ସାହୁ ଜଇ ରାମ ବାରିକ ଓ ସାନ ଦେବିଲି ଗ୍ରାମ ବାସି ଯଂଜ୍ଞ କାର୍ଯ୍ୟ ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button