ମଙ୍ଗଳବାର ଦଶମ ବୋର୍ଡ ପରୀକ୍ଷା, ଘଣ୍ଟାପଡ଼ା ଅଞ୍ଚଳର ତିନି କେନ୍ଦ୍ରରୁ ମୋଟ ୮୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।


କଣ୍ଟାମାଳ, ୧୯/୨: (ପ୍ରଭାତ କୁମାର ସାହୁ)ମଙ୍ଗଳବାର ପୂର୍ବାହ୍ନରେ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା । ତେଣୁ କଡ଼ା ସୁରକ୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ୧ନଂଜୋନର ତିନି କେନ୍ଦ୍ର। ତିନି କେନ୍ଦ୍ରରେ ମୋଟ ୮୨୫ ଜଣ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂଆପାଲି ଆଦିବାସୀ ହାଇସ୍କୁଲ ଓ ରିଙ୍ଗାପଡ଼ା ସଦାନନ୍ଦ ହାଇସ୍କୁଲର ମୋଟ ୩୦୮ ଜଣ ,ଆମ୍ବଗାଁ ଜନତା ସରକାରୀ ଉଚ୍ଚବିଦ୍ୟାଳୟରେ ଘଣ୍ଟାପଡ଼ା ହାଇ ସ୍କୁଲ ଓ ଦିଗୁନମାଲ ହାଇ ସ୍କୁଲର ମୋଟ ୨୮୧ ଏବଂ ନୂଆପାଲି ଆଦିବାସୀ ହାଇ ସ୍କୁଲରେ ଆମ୍ବଗାଁ, ଉମା ଓ ଖୁଣ୍ଟିଗୋରା ହାଇସ୍କୁଲର ମୋଟ ୨୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଘଣ୍ଟାପଡ଼ା ହାଇ ସ୍କୁଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ପିତବାସ ପଣ୍ଡା, ଆମ୍ବଗାଁ ହାଇସ୍କୁଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଶୁକଦେବ ପଣ୍ଡା ଓ ନୂଆପାଲି ହାଇସ୍କୁଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଅନନ୍ତ କ୍ଷେତିଙ୍କଠାରୁ ପ୍ରକାଶ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




