କୁରୁକୁପା ଗ୍ରାମରେ ୧୬ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଓ ଅଧିବାସ


କଣ୍ଟାମାଳ, ୧୯ / ୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଥାନା ଅଧୀନ ଆମ୍ବଗାଁ ପଞ୍ଚାୟତର କୁରୁକୂପା, ଉପରପଡ଼ାସ୍ଥିତ ସିଦ୍ଧି ବିନାୟକ ସାଂସ୍କୃତିକ ପରିଷଦ ଦ୍ବାରା ଆୟୋଜିତ ହେବାକୁଥିବା ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମହିଳା ଶ୍ରଦ୍ଧାଳୁ ଓ ପୁରୁଷ ଶ୍ରଦ୍ଧାଳୁ ଏକ ବିରାଟ ପଟୁଆରରେ ନିକଟସ୍ଥ ସମଲେଶ୍ଵରୀ ନାଳରୁ ଗଙ୍ଗାମାତାଙ୍କୁ ଆରାଧନା କରି ପୁରୋହିତଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ମହିଳା ଶ୍ରଦ୍ଧାଳୁ ଜଳପୂର୍ଣ୍ଣ କଳସ ବହନ କରି ଶୋଭାଯାତ୍ରାରେ ବାହାରି ଘଣ୍ଟ ଶଙ୍ଖ, ସଂକୀର୍ତ୍ତନ୍ୟ, ଘୁମୁରା ନାଚରେ ଗାଁ ଦାଣ୍ଡଧୂଳି ଉଡାଇ ଗ୍ରାମ୍ୟ ପରିକ୍ରମା କରିଥିଲେ।ପରେ ପୂଜା ମଣ୍ଡପରେ କଳସ ସ୍ଥାପନ କରି ଅଧିବାସ କରିଥିଲେ। ଉକ୍ତ ପୂଜାରେ ପଣ୍ଡିତ ଯଜ୍ଞେଶ୍ଵର ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିଲେ ଓ ସପତ୍ନୀକ ରାଜୁ ଜାନୀ କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ସକାଳ ୯ ଘଣ୍ଟା ସମୟରେ ନାମଯଜ୍ଞ ଆରମ୍ଭ ହେବା ନେଇ ସଂଘ ସଭାପତି ଦେବେନ୍ଦ୍ର ସାହୁ ଓ ସଂପାଦକ ଜପ ପୁଟେଲ ପ୍ରକାଶ କରିଛନ୍ତି। ଗ୍ରାମବାସୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



