Religion
୧୯ତମ ପାତାଳୀ ମହୋତ୍ସବ ଉଦଯାପିତ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି।ଏହି ମହୋତ୍ସବ ୯ତାରିଖରୁ ମହାସମାରୋହରେ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି।ଏହି ଅବସରରେ କଳଶ ଶୋଭାଯାତ୍ରା,୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକକାର୍ଯ୍ୟକ୍ରମ,ଭଜନସମାରୋହ,ପ୍ରବଚନ,ସଭା, ଗୀତ, ନୃତ୍ୟ,ଦୁଲଦୁଲି, ସଂକୀର୍ତ୍ତନ ବୈଠକି,ରକ୍ତଦାନ ଶିବିର,ମାଗଣା ଚକ୍ଷୁ ପରୀକ୍ଷା ଶିବିର,ମେଜିକ ସୋ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଆଜି ୫୬ପ୍ରହରୀ ନାମଯଜ୍ଞ ଓ ଘୃତଯଜ୍ଞ ସମ୍ପନ୍ନ ହୋଇ ସାରିବା ପରେ ସଂକୀର୍ତ୍ତନ ବୈଠକୀ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ପ୍ରଭୁକୃପା ପାଇଁ ଧାଇଁଆସିଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ



