State

ପୋଲିସ୍ ଟ୍ରେନିଂ ଇନ୍ସୁଚୁଟ ସୋଲର- ବୈରୀ ପକ୍ଷରୁ ଦିକ୍ଷାନ୍ତ ସମାରୋହ ରେ ଯୋଗ ଦେଲେ DG ଅରୁଣ କୁମାର ଷଡ଼ଙ୍ଗୀ।

 ଯାଜପୁର ଜିଲ୍ଲା ସୋଲର ସ୍ଥିତ ବୈରି ପୋଲିସ୍ ଟ୍ରେନିଂ ଇନ୍ସୁଚୂଟ ପକ୍ଷରୁ ୨୦୨୪ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦିକ୍ଷାନ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଥିବା ବେଳେ , ଆଇଜି ଟ୍ରେନି ଆଇପିଏସ୍ ସାଇନି ଏସ ଯୋଗ ଦେଇ ଥିଲେ। ପୋଲିସ୍ ହେଉଛି ସାଧାରଣ ଜନତାଙ୍କ ବନ୍ଧୁ, ସମାଜ ସେବା ହେଉଛି ମୂଳମନ୍ତ୍ର, ସମାଜ ସେବା ହେଉଛି ପୋଲିସ୍ ର ପ୍ରତିବଦ୍ଧତା, ନିଜକୁ ସମାଜ ସେବାରେ ବ୍ରତୀ ହେବା ସମ୍ପର୍କରେ ସଚେତନ କରାଇଥିଲେ। ପୋଲିସ୍ ଏକ ଚାକିରି ନୁହେଁ ବରଂ ଏକ ସମର୍ପିତ ସମାଜ ସେବା ର ପ୍ରତିବଦ୍ଧତା ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି ସମାରୋହରେ କୃତି କନେଷ୍ଟବଳ ପ୍ରଶିକ୍ଷାର୍ଥଙ୍କୁ ମାନଙ୍କୁ ଟ୍ରଫି ପ୍ରଦାନ କରି ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପୋଲିସ ଟ୍ରେନିଙ୍ଗ ଇନ୍ସୁଚୁଟ ର ଅଧକ୍ଷ ଅଶୋକ କୁମାର ଦେହୁରୀ, ଡି ଏସ ପି କସ୍ତୁରୀ ନାୟକ ଉପସ୍ଥିତ ଥିଲେ, ଏହ କାର୍ଯ୍ୟକ୍ରମରେ ଇଁସୁଚୁଟ ର ସମସ୍ତ କର୍ମଚାରୀ ଯୋଗ ଦେଇ ଥିଲେ। ପାସ ଆଉଟ୍ ପୋଲିସ ପ୍ରଶିକ୍ଷାଥି ମାନଙ୍କୁ ପୋଲିସ୍ ର କର୍ତ୍ତବ୍ୟ , ନିଷ୍ଠା ସମାଜ ପ୍ରତି ସମର୍ପିତ ଓ ପ୍ରତିବଦ୍ଧତା ବୋଲି କହିଥିଲେ।

ଏହି ଦିକ୍ଷାନ୍ତ ସମାରୋହରେ ମୋଟ ୫୪୫ ଜଣ ପୋଲିସ କନେଷ୍ଟ ବଳ ପ୍ରଶିକ୍ଷାର୍ଥ ପାସ ଆଉଟ ହୋଇ ଥିଲେ।

 

Related Articles

Back to top button