Education

ସଂକୁଳ ସ୍ତରୀୟ ବନବିହାର କାର୍ଯ୍ୟକ୍ରମ

ଆଜି ୱେଇତିହାସିକ ପୀଠ ଛତିଆ ଅମରବତୀ ଠାରେ ବାଲିଚନ୍ଦ୍ରପୁର ସଂକୁଳ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଏକ ସଂକୁଳ ସ୍ତରୀୟ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ଯାଜପୁର ଜିଲ୍ଲା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଅଶୋକ କୁମର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ, ମାଳିକା ଗବେଷକ ତଥା ରାଷ୍ଟ୍ର ଦୀପ ପତ୍ରିକା ର ପୂର୍ବତନ ସହ ସମ୍ପାଦକ ଜିତେନ୍ଦ୍ର କୁମାର ଖଟୁଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟା ଭାରତୀ ଙ୍କ ଲକ୍ଷ୍ୟ ସମ୍ବଦ୍ଧରେ ଆଲୋକପାତ କରିଥିଲେ, ସଂକୁଳ ପ୍ରମୁଖ ତଥା ସାହସ ପୁର ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀଯୁକ୍ତ ସଂଗ୍ରାମ କିଶୋର ପରିଡା ଏଥିରେ ସଭାପତିତ୍ୱ କରିଥିଲେ, ଛତିଆ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂକୁଳ ସଂଯୋଜକ ତଥା ବାଲିଚନ୍ଦ୍ରପୁର ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟାନନ୍ଦ ପଣ୍ଡା କାର୍ଯ୍ୟକ୍ରମ ର ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ଛତିଆ ଶିଶୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ସଂକୁଳ ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ଏକତ୍ରୀ କରଣ ଓ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା, କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ମୋଟ 131ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button