ବଡ଼ଚଣା ବିକାଶ ପରିଷଦ ପକ୍ଷରୁ ବନ୍ଧୁ ମିଳନ ଅନୁଷ୍ଠିତ।


ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ଥିତ ମା ବୁଢେଇ ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ବଡ଼ଚଣା ବିକାଶ ପରିଷଦ ପକ୍ଷରୁ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି।
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିକାଶ ପରିଷଦ ର ଅଧକ୍ଷ ଚିନ୍ମୟ ପ୍ରଧାନ ଯୋଗ ଦେଇଥିବା ବେଳେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସ୍ବାଗତ କରିଥିଲେ। ୨୦୨୦ ମସିହା ଠାରୁ ଏହି ବିକାଶ ପରିଷଦ ଗଠନ କରା ଯାଇ ଥିବା ବେଳେ , ବଡ଼ଚଣା ର ସ୍ବାସ୍ଥ୍ୟ,ଶିକ୍ଷା ଓ ପରିବେଶର ଉନ୍ନତି ତଥା ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାର ଦିଗରେ କାର୍ଯ୍ୟ ଜାରୀ ରହିଛି।
ଆଜିର ବଡ଼ଚଣବିକାଶ ର ବହୁ ପଛରେ ଅଛି ା ବୋଲି ଶ୍ରୀ ପ୍ରଧାନତାଙ୍କ ବକ୍ତବ୍ୟରେ କହିଥିଲେ। ପରିଷଦର ସମ୍ପାଦକ ସୁମନ୍ତ ଜେନା ଏକ ସ୍ୱଚ୍ଛ ଓ ସମୃଦ୍ଧ ବଡ଼ଚଣା ତଥା ଶୋଷଣ ମୁକ୍ତ ବଡ଼ଚଣା ଗଢି ବା ଲାଗି ଯୁବ ବର୍ଗ, ବୁଦ୍ଧି ଯିବୀ ଓ ଗୁରୁଜନ ମାନଙ୍କୁ ଆହ୍ବାନଦେଇଥିଲେ,ଯୁବ ସମାଜ ସେବୀ ଅମରେନ୍ଦ୍ର ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ, ଶିଶିର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶ୍ରୀ ପ୍ରଧାନ ଙ୍କ ଜନ୍ମ ଦିନ ଅବସରରେ ପରିଷଦ ପକ୍ଷରୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବା ବେଳେ, ମା ବୁଢ଼େଇ ଠାକୁରାଣୀ ଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ।ବିକାଶ ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ,




