State

ରଥଗଡାସ୍ଥିତ ଦୈନିକ ଫଳ ଓ ପରିବା ମାର୍କେଟ୍‌ର ତ୍ରିନାଥଦେବଙ୍କ ସପ୍ତମ ବାର୍ଷିକ ଉତ୍ସବ ପାଳନ

ଢେଙ୍କନାଳ, ୧୪/୨ : ଢେଙ୍କାନାଳ ସହରସ୍ଥିତ ରଥଗଡା ଦୈନିକ ଫଳ ଓ ପରିବା ମାର୍କେଟ୍ ବ୍ୟବସାୟୀମାନଙ୍କ ଉଦ୍ୟମରେ ତ୍ରିନାଥଦେବଙ୍କ ସପ୍ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହିତ ଅଦ୍ୟ ଶ୍ରୀଫଚମୀ ଅବସରରେ ପାଳନ ହୋଇଯାଇଅଛି । ପ୍ରଥମେ ତ୍ରିନାଥ ଦେବଙ୍କ ମଙ୍ଗଳ ଆଳତି, ଷୋଡଶ ପୂଜା, ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଭୋଗରାଗ ଲାଗି କରାଯିବା ସହିତ ସଂଧ୍ୟାରେ ଆଳତି କରାଯାଇଥିଲା । ଏହି ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ମହାପଦା ଗ୍ରାମର ସଂକୀର୍ତନ ମଣ୍ଡଳୀ ଓ ନରସିଂହପୁର କମଳାଡିହ ଗ୍ରାମର ରଶ୍ମିତା ସାହୁ ଓ ନରସିଂହପୁର ଅଲରା ଗ୍ରାମର ମାମିନା ମହାନ୍ତିଙ୍କ ମାତୃମଣ୍ଡଳୀ ସଂକୀର୍ତନ ଦ୍ବାରା ବାଦୀ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ଏହାକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ । ମଧ୍ୟାହ୍ନ ସମୟରେ ବହୁ ସଂଖ୍ୟାରେ ଭକ୍ତ ପ୍ରସାଦ ସେବନ କରିଥିଲେ । ଉକ୍ତ ପୂଜାକୁ ପଣ୍ଡିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିବାବେଳେ କର୍ତା ଭାବେ ରାଧାକାନ୍ତ ବେହେରା ଉପସ୍ଥିତ ଥିଲେ। ସଭାପତି ବିମଳ କୁମାର ସାହୁ, ସଂପାଦକ ସୁରେଶ ସାହୁ, ଅଭୟ କୁମାର ସାହୁ, ଜଟନ ବିଶ୍ବାଳ, ଅଲେଖ ନାୟକ, ପ୍ରମୋଦ ସାହୁ, ରମେଶ ଭୋଳ, ରଂଜନ କୁମାର ବେହେରା, ପ୍ରସନ୍ନ କୁମାର ସାହୁ, ଦୁଃଶାସନ ଚାନ୍ଦ, ବ୍ରଜ ସାହୁଙ୍କ ସହିତ ସମସ୍ତ ଫଳ ଓ ପରିବା ବ୍ୟବସାୟୀମାନ ଉପସ୍ଥିତ ରହି କାର୍ଯ୍ୟଟିକୁ ସୁଚାରୁ ରୂପେ ପାଳନ କରିଛନ୍ତି । ବିଷ୍ଣୁ ଚରଣ ସାହୁ ସମସ୍ତ ସାଜସଜାର ଦାୟିତ୍ୱ ନିର୍ବାହ କରିଥିଲେ ।

Related Articles

Back to top button