ବାଲ୍ୟବିବାହ ଏବଂ କନ୍ୟାଭୃଣ ହତ୍ୟାକୁ ରୋକିବା ପାଇଁ PLA ସମୁଦାୟିକ ବୈଠକ


ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
Place -ଢେଙ୍କାନାଳ
Date -17,02,24
Faramat -AVO
Anchor -ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ କହ୍ନେଇନଗର ଗ୍ରାମରେ ଏକଜୁଟ ସ୍ୱେଚ୍ଛାସେବି ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ଏବଂ କନ୍ୟାଭୃଣ ହତ୍ୟା ବନ୍ଦ କରିବା ନିମନ୍ତେ ଏକ ସମୁଦାୟ ବୈଠକ କରାଯାଇ ଜନ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଆଶା ପରିଚାଳକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ, ଆଇସିଡ଼ିଏସ ସୁପରଭାଇଜର ଅତିଥି ଭାବେ ଅଂଶ ଗ୍ରହଣ କରି ସଭାକୁ ସଫଳ କରିଥିଲେ। ଗ୍ରାମର ମହିଳା ମାନେ ବାଲ୍ୟବିବାହ ଏବଂ କନ୍ୟାଭୃଣ ହତ୍ୟା ବନ୍ଦ କରିବା ପାଇଁ ପୂର୍ବ ପିଏଲଏ ବୈଠକ ଗୁଡିକରେ ଆଲୋଚିତ ହୋଇଥିବା ମୁଖ୍ୟ ବିନ୍ଦୁଗୁଡିକୁ ସାରାଂସିତ କରି ଗ୍ରାମବାସୀମାନଙ୍କୁ ଆହ୍ଵାନ ଦେଇଥିଲେ । ବାଲ୍ୟବିବାହ ଏବଂ କନ୍ୟାଭୃଣ ହତ୍ୟା ବନ୍ଦ କରିବା ନିମନ୍ତେ ଏକଜୁଟ ଅନୁଷ୍ଠାନ ବିଗତ ଏପ୍ରିଲ ମାସ ଠାରୁ କଙ୍କଡାହାଡ ଏବଂ ପରଜଙ୍ଗ ବ୍ଲକର ୧୨ଟି ପଞ୍ଚାୟତରେ ସହଭାଗୀ ଶିକ୍ଷା ଏବଂ କାର୍ଯ୍ୟାନୁଷ୍ଠାନ (PLA) ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ମାଧ୍ୟମରେ ଜନ ସଚେତନା କାର୍ଯ୍ୟକ୍ରମ କରିଆସୁଛି । ବାଲ୍ୟବିବାହ ଏବଂ କନ୍ୟାଭୃଣ ହତ୍ୟାଭଳି ସାମାଜିକ ବ୍ୟାଧି ଦୂର କରିବା ପାଇଁ ଗ୍ରାମବାସୀ ମାନେ ଶପଥ ନେଇଥିଲେ । ଗ୍ରାମର କିଶୋର କିଶୋରୀ ମାନଙ୍କ ଦ୍ଵାରା ପ୍ରଦର୍ଷିତ ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଏବଂ ଅତିଥିମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା ।




