Education

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

 

ଘଣ୍ଟାପଡା,୧୭।୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଜୋର ପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଆଦିବାସୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି, ସହକାରୀ ଶିକ୍ଷକ ଜବର ସିଂ ବନଛୋର ,ହରିହର ବେଜ, ସୌଦାଗର ମାଝୀ, ନୃତ୍ୟଗୁରୁ ସତ୍ୟ ବାଘ, ସାମ୍ବାଦିକ ପ୍ରଭାତ କୁମାର ସାହୁ, ସାମାଜିକ କର୍ମୀ ବଂଶୀଧର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଦାୟ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ସହିତ ଉଚ୍ଚତର ସ୍ବପର ମାର୍ଗରେ ଅଗ୍ରସର କରାଇବା ଏବଂ ସେ ସ୍ବପ୍ନକୁ ଦିଶା ଦେଖାଇବା ପାଇଁ ଆଉ ଏକ ଅନୁଷ୍ଠାନ ସ୍ୱାଗତ କରିବ ବୋଲି ବକ୍ତବ୍ୟ ରଖିଥିଲେ l ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଲୁହଭିଜା ନେତ୍ରରେ ବିଦ୍ୟାଳୟର ଅନୁଭୂତି ସମ୍ପର୍କରେ ସ୍ମୁତିଚାରଣ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀମାନେ ମୋସ୍କୁଲ ଅଭିଯାନ ପାଣ୍ଠିକୁ କୋଡିଏ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ l ପୂର୍ବରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ଶୁଭ କାମନା ସହିତ ବିଦାୟ ସ୍ମୃତିର ଉପହାର ପ୍ରଦାନ କରିଥିଲେ l ପରେ ସମସ୍ତ ଛାତ୍ରଛାତ୍ରୀ ବିଦାୟୀ ପର୍ବକୁ ଉଦ୍ଜୀବିତ ରଖିବା ପାଇଁ ମିଳିମିଶି ନୃତ୍ୟଗୀତ ଆୟୋଜନ କରିଥିଲେ l ସମସ୍ତ କାର୍ଯ୍ୟକୁ ଅଷ୍ଟମ ଶ୍ରେଣୀ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଆୟୋଜନ କରିଥିଲେ। ଶେଷରେ ନବମ ଶ୍ରେଣୀର ଛାତ୍ରୀ ମୀନାକ୍ଷୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଆମ୍ବଗାଁ ହାଇ ସ୍କୁଲରେ ମଧ୍ୟ ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡାଙ୍କ ତତ୍ତ୍ଵାବଧାନରେ ତଥା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button