State
ମହିଳା ସୁରକ୍ଷା ସଚେତନତା ଯାତ୍ରା


ତିର୍ତ୍ତୋଲ ::-ସମାଜକୁ ନଷ୍ଟ କରୁଛି ବହୁ ପ୍ରକାରର ସାମାଜିକ ବ୍ୟାଧି ! ଯେମିତିକି ବାଲ୍ୟ ବିବାହ, ଜାତିଆଣା ବାଛନ୍ଦ,
ଲିଙ୍ଗଗତ ଭେଦଭାବ, ଘରୋଇ ହିଂସା,ଯୌତୁକପ୍ରଥା ଓ ତାର କୁପରିଣାମ,କନ୍ୟାଭ୍ରୁଣ ନିରୂପଣ ଓ ଭୃଣ ହତ୍ୟା ଇତ୍ୟାଦି ସମାଜର ଆଗ୍ରଗତିକୁ ପ୍ରତିହତ କରିଚାଲିଛି ! ତାହାରି ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଅଧୀନରେ ଥିବା ଅଙ୍ଗନବାଡି ମାଧ୍ୟମରେ ଏହି ସଚେତନତା ଯାତ୍ରା କରାଯାଇଥିଲା !ଏହି ଅବସରରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ସେକ୍ଟର ର କିଲିପାଳ ୨ ନଂ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷା ସହାୟକ ରଞ୍ଜିତା ଭୋଇ ଏବଂ ସହାୟିକା ଅଞ୍ଜନା ସାହୁଙ୍କ ତତ୍ୱାବଧାନରେ କିଶୋରୀ ଓ ମହିଳା ମାନଙ୍କୁ ନେଇ ସଚେତନତା ଯାତ୍ରା କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଚନ୍ଦ୍ରମଣି ସାହୁ ଓ କିଲିପାଳ ଗ୍ରାମର ଯୁବଗୋଷ୍ଠି ! ବହୁ ଶିକ୍ଷିତ ବ୍ୟକ୍ତି ଏପରି ସମାଜସୁଧାରକ କାର୍ଯ୍ୟ ପାଇଁ ଉଚ୍ଚପ୍ରଶଂସା କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




