ଖୁଣ୍ଟିଗୋରାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ


କଣ୍ଟାମାଳ, ତା୧୬/୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଂଚାୟତ କାର୍ଯ୍ୟାଳୟ ଠାରେ ଓଡିଶା ମିଲେଟ ମିଶନ ଏବଂ ୱାଇ. ସି.ଡ଼ି.ଏ ର ମିଳିତ ସହଯୋଗରେ ଶୁକ୍ରବାର ଦିନ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ର ମୁଖ୍ୟ କୃଷି ଅଧିକାରୀ, କଣ୍ଟାମାଳ ବ୍ଲକ ର ବ୍ଲକ କୃଷି ଅଧିକାରୀ, TDCCOL ର ମ୍ୟାନେଜର,ଓଡ଼ିଶା ମିଲେଟ ମିଶନ ର ଜିଲ୍ଲା ସଂଯୋଜକ, ମିଲେଟ ମିଶନ କଣ୍ଟାମାଳ ର ବ୍ଲକ ସଂଯୋଜକ, ସହ ବ୍ଲକ ସଂଯୋଜକ,ଖୁଣ୍ଟିଗୋରା ଓ ଉମା ପଂଚାୟତ ର ସରପଞ୍ଚ,ମାତୃଶକ୍ତି ମହିଳା ଚାଷୀ ଉତ୍ପାଦକ କାମ୍ପାନୀ ଲିଃ. ର ନିର୍ଦେଶିକା ଓ ମୁଖ୍ୟ ନିର୍ବାହି ଅଧିକାରୀ ଙ୍କ ସହ ସମସ୍ତ CRP ଏବଂ ଖୁଣ୍ଟିଗୋରା ଓ ଉମା ପଂଚାୟତ ର ବିଭିନ୍ନ ଗ୍ରାମ ରୁ ଆସିଥିବା ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ l ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉପସ୍ଥିତ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ଓ ବ୍ୟବହାର ର ଉପକାରିତା ବିଷୟରେ ଅବଗତ କରାଇଥିଲେ l TDCCOL ରୁ ଆସିଥିବା ମ୍ୟାନେଜର ମାଣ୍ଡିଆ କୁ ମଣ୍ଡିରେ ବିକ୍ରିକରିବାର ନିୟମାବଳୀ ବଳି ବିଷୟରେ ବୁଝେଇଥିଲେ l ଯେମିତିକି ଚାଷୀମାନେ ତାଙ୍କର ମାଣ୍ଡିଆ କୁ ମଣ୍ଡିରେ ସୁବିଧା ରେ ବିକ୍ରି କରିବା ସହିତ ତାଙ୍କର ଉଚିତ ପ୍ରାପ୍ୟ ସହଜରେ ପାଇପାରିବେ l ବ୍ଲକ ରେ ଯେପରିକି ଅଧିକ ରୁ ଅଧିକ ଚାଷି ମାଣ୍ଡିଆ ଚାଷରେ ସାମିଲ ହେବେ ଏବଂ ଏହାର ଲାଭ ପାଇପାରିବେ ସେ ବିଷୟରେ ସରପଞ୍ଚ ଦ୍ବୟ ବୁଝେଇଥିଲେ l ଏହା ପରେ ବିଭିନ୍ନ ଗ୍ରାମରୁ ଚାଷୀମାନେ ଆଣିଥିବା ମାଣ୍ଡିଆ କୁ ଉକ୍ତ ମଣ୍ଡିରେ ବିକ୍ରୟ କରିଥିଲେ l ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରେଇବାରେ ସମସ୍ତ CRP ମାନଙ୍କର ବିଶେଷ ଭୂମିକା ଥିଲା l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




