ଆଦିକବି ସାରଳା ଦାସ ଶ୍ରାଦ୍ଧ ଦିବସ ରେ ସାଂସ୍କୃତିକ କାର୍ଯ୍ୟକ୍ରମ !


ତିର୍ତ୍ତୋଲ -: ବିଶ୍ୱବିଦିତ ଓଡ଼ିଆ ମହାଭାରତ ଗ୍ରନ୍ଥ ର ସ୍ରଷ୍ଟା ତଥା ଯୋଗଜନ୍ମା ସିଦ୍ଧପୁରୁଷ ସିଦ୍ଧେଶ୍ବର ପରିଡା, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଝଙ୍କଡ଼ ସ୍ଥିତ ତେନ୍ତୁଳିପଦା ଗ୍ରାମରେ ଜନ୍ମ ନେଇ ଝଙ୍କଡ଼େଶ୍ୱରୀ ମାଆ ଶାରଳାଙ୍କ ସିଦ୍ଦି ପ୍ରାପ୍ତ ହୋଇଥିବାର କିମ୍ବଦନ୍ତିରୁ ଜଣାଯାଏ ! ସେଇ ମହାମାନବଙ୍କ ଶ୍ରାଦ୍ଧ ଉପଲକ୍ଷେ ଆଦିକବି ସାରଳା ଦାସ ସାଂସ୍କୃତିକ ପରିଷଦ ତରଫରୁ ସାରଳା ଦାସଙ୍କ ସମାଧିପୀଠ ତେନ୍ତୁଳିପଦା ସ୍ଥିତ ମୁନିଗୋସେଇଁ ମଠ ପରିସରରେ ଦ୍ବିଦିବସୀୟ ଶ୍ରାଦ୍ଧ ସମ୍ବତ୍ସରିକ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇଥିଲା ! ଉକ୍ତ କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସରୋଜିନୀ ପରିଜା ଯୋଗଦେଇଥିବା ବେଳେ ସାରଳା ଦାସ ସାଂସ୍କୃତିକ ପରିଷଦ ର ସଭାପତି ବିରଜା ପ୍ରସନ୍ନ ପରିଜା ପୌରୋହିତ୍ୟ କରିଥିଲେ ! ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ବିଶିଷ୍ଠ ସମାଜସେବୀ ଅନିଲ ମହାନ୍ତି ଏବଂ ସମ୍ପାଦକ ଚିତ୍ତ ରଞ୍ଜନ ପରିଜା ସ୍ୱାଗତ ଭାଷଣ ଦେବା ସହିତ ଅନୁଷ୍ଠାନର ବିବରଣୀ ପ୍ରଦାନ କରିଥିଲେ ! ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମହାଭାରତ କଥାବସ୍ତୁ ତଥା ସାରଳା ଦାସ ଙ୍କ ଜୀବନୀ, ସାଧନା, ସାହିତ୍ୟ, ସଂସଂସ୍କୃତି ବିଷୟରେ ବକ୍ତୃତା, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇ ଥିଲା ଏବଂ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ !ପ୍ରତି ବର୍ଷ ମାଘ ମାସ ସପ୍ତମୀ ତିଥିରେ ଶୁଦ୍ରମୁନି ସାରଳା ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ସାହିତ୍ୟ ଆସର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥାଏ ! ଏବର୍ଷ ମଧ୍ୟ ମା’ ବାଣେଶ୍ୱରୀ ଅପେରା ମାଧ୍ୟମରେ ଆସନ୍ତା ୧୮/୨/୨୪ ତାରିଖରୁ ୨୧/୨/୨୪ ପର୍ଯ୍ୟନ୍ତ ମୁକ୍ତମଞ୍ଚ ନାଟକ ମଞ୍ଚସ୍ତ କରାଯିବାକୁ ସ୍ଥିର ହୋଇଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !



