Religion

ମନ୍ଦର ଧର ଦାସ ଙ୍କ ଗାଦି ରେ ଅଶ୍ୱମେଧ ଯଂଜ୍ଞ

 

ମାଗୁରା ପଂଚାୟତ ଅଡ ମ୍ବୁର ସ୍ଥିତ ମହା ପୁରୁଷ ମନ୍ଦର ଧର ଦାସ ଙ୍କ ଗାଦିରେ ଚଳିତ ମାସ 5ତାରିଖ ଠାରୁ 14ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ଅଶ୍ୱ ମେଧ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି, ମନ୍ଦର ଧର ଦାସଭାଗବତ ସଂଘ ର ସଭାପତି ବୀର କିଶୋର ଦାସ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ପ୍ରଥମ ଦିନ ଉକ୍ତଳ ପ୍ରତିଭା ଗାୟକ ସିଧେଶ୍ୱର ନାୟକ ଦ୍ୱିତୀୟ ଓ ତୃତୀୟ ଦିନ ଭାଗବତ ସାରଥୀ ଅମୃତାନନ୍ଦ ଦାସ ମହାରାଜ ଚତୁର୍ଥ ଓ ଶେଷ ଦିନ ବାଣୀ ସେବକ ହିମାଂଶୁ ଭୁଷଣ ମହାରାଜ ଭାଗବତ କଥା ପରିବେଷଣ କରିଥିଲେ, ପୂର୍ଣ୍ଣାହୁତି ଦିନ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା, ବୀର କିଶୋର ଦାସ ମଞ୍ଚ ପରିଚାଳନା କରିଥିଲେ, ସମ୍ପାଦକ ସୁମନ୍ତ କୁମାର ମହାନ୍ତି ମାନ ପତ୍ର ପାଠ କରିଥିଲେ,21ଜଣ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସାଧୁ ସମ୍ମିଳନୀ ଓ ଭାଗବତ ସମିଳନୀ ଅନୁଷ୍ଠିତ ହୋଇଥିଲା,ସମାଜ ସେବୀ ବିରଞ୍ଚି ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ,ଆୟୋଜିତ ଯଂଜ୍ଞ ରେ ମଧୁସୂଦନ ସାହୁ ଓ ତାଙ୍କ ପତ୍ନୀ ଯେ୍ମାବତୀ କର୍ତ୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରିଥିଲେ, ହୃଷିକେଶ ସାହୁ ସନାତନ ବାରିକ ଜଗନ୍ନାଥ ନାୟକ ସନାତନ ମହାରଣା ଟିକମ ସାହୁ କୁନିସାହୁ ଅନୁପମା ସାମଲ ଶରତ ଚନ୍ଦ୍ର ସ୍ୱାଇଁ ଓ ସମସ୍ତ ସଭ୍ୟ ବୃନ୍ଦ ଯଂଜ୍ଞ କାର୍ଯ୍ୟ କୁ ପରିଚାଳନା କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button