Religion

ବୈରୀ ଚୌଦୂରୀ ମଠ ମହା ଯଂଜ୍ଞ ଉଦଯାପିତ

ବଡ଼ଚଣା ତା ୧୪/୦୨/୨୪ ବୈରୀ ଚୌଧୁରୀ କୂଅ ମଠ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ୪ର୍ଥ ବାର୍ଷିକ 

ଉତ୍ସବ ମହାସମାରୋହରେ ଉଜ୍ଜାପିତ ହୋଇଯାଇଛି।ଗତ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ମହାଯଜ୍ଞ ର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ଶ୍ରୀପଞ୍ଚମୀ ତିଥିରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ଘଟିଥିଲା।ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି,୧୬ନମ୍ବର ଜିଲ୍ଲାପରିଷଦ ଜିତେନ୍ଦ୍ର ନାୟକ,

ନିରଞ୍ଜନ ସେନାପତି ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ,ପତ୍ନୀ ହରପ୍ରିୟା ବରାଳ ଯୋଗ ଦେଇଥିଲେ।ଆନନ୍ଦ ବଜାରରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି କୃତାର୍ଥ ହୋଇଥିଲେ।ଗତ କାଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ଓ ଆଜି ସଂଧ୍ୟାରେକଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ,ସାସ୍କୃତିକ କାର୍ଯ୍ୟକ୍ରମଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ସଂଗୀତ ଗୁରୁ ଶଶୀ ଭୁଷଣ ପ୍ରଧାନ ଓ ସାଥି ମାନେ ମନ ମୁଗ୍ଧକର ଭକ୍ତି ସଂଗୀତ ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ,ମନ୍ଦିର ସେବକ ପ୍ରସନ କୁମାର ତ୍ରିପାଠୀ ଯଥା ରୀତି ଓ ନୀତି ଅନୁସାରେ ପୂଜାର୍ଚନା କରିଥିବା ବେଳେ ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରିଥିଲେ, ଯଂଜ୍ଞ ପରିଚାଳନା କମିଟି ର ସଭ୍ୟ ବୃନ୍ଦ ଖୁ୍ଵ ଶାନ୍ତି ଶୃଙ୍ଖଳା ର ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news,

Related Articles

Back to top button