State

ହରଭଙ୍ଗା ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ହରଭଙ୍ଗା 12/2/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ଆଜି ନୂତନ ଜିଲ୍ଲାପାଳ ଜେ. ସୋନାଲ ଓ ଆରକ୍ଷୀଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଯୁଗ୍ମ ଅଭିଯୋଗ ଶୁଣାଣି ରେ ସମୁଦାୟ 260 ଜଣ ଅଭିଯୋଗ ଆଣିଥିବା ବେଳେ, ସେଥିମଧ୍ୟରୁ 247 ଟି ବ୍ୟକ୍ତିଗତ,13 ଟି ସାମୁହିକ ଅଭିଯୋଗ ଆସିଥିଲା।ଏବଂ 113 ଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ 11ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠି ରୁ 17,500 ଟଙ୍କା ପ୍ରଦାନ କରାଯାଇଥିଲା।ଉକ୍ତ ଶିବିର ରେ ଜିଲ୍ଲାପାଳ ଜେ. ସୋନାଲ, ଉପଜିଲାପାଳ ରବୀନ୍ଦ୍ର କଂହର, ଅତିରିକ୍ତ ଆରକ୍ଷୀଅଧିକ୍ଷକ ଆରିୟାଂଶ ମିଞ୍ଜ,ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସନ ଦାସ, ବି. ଡି.ଓ. ସ୍ୱପ୍ନିତା ନାୟକ, ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଙ୍କ ସହିତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related Articles

Back to top button