Education

ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

 

ଛତିଆ ସ୍ଥିତ ମହା ପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ରେ ଚଳିତ ମାସ 5ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 8ଦିନ ବ୍ୟାପି ଚାଲିଥିବା ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଅଛି, କୋ ଅର୍ଡି ନେଟର ଅଧ୍ୟାପକ ପ୍ରଦୀପ କୁମାର ବରାଳ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ଛତିଆ ଭାରୀଯାନ ପ୍ରଶିକ୍ଷଣ ଶିବିର ର ଅଧକ୍ଷ ଶାଦିକ ହୁସେନ ସାୟଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆତ୍ମ ସୁରକ୍ଷା ସମ୍ପର୍କ ରେ ବିଭିର୍ନ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ, ମହାବିଦ୍ୟାଳୟ ର ଅଧକ୍ଷ prof ବଳରାମ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଶାରୀରିକ ଶିକ୍ଷା ଗୁରୁ ସର୍ବେଶ୍ୱର ନାଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିବିର ସଂଯୋଜକ ଶ୍ରୀଯୁକ୍ତ ବରାଳ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ, ସୂର୍ଯ୍ୟ କାନ୍ତି ବିଶ୍ୱାଳ ଓ ସନ୍ଧ୍ୟା ରାଣୀ ଦାଶ ପ୍ରଶିକ୍ଷକ ଭାବରେ ଆତ୍ମ ରକ୍ଷା ର ଜ୍ଞାନ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ,+2ଫାଷ୍ଟ ଇଅର ଆର୍ଟ୍ସ ଓସାଇନ୍ସ ର ମୋଟ 161ଜଣ ବାଳିକା ପ୍ରଶିକ୍ଷାର୍ଥୀ ଶିବିର ରେ ତାଲିମ ଗ୍ରହଣ କରିଥିଲେ, ମୁଖ୍ୟ ଅତିଥି ସମସ୍ତ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button