State
ପୂରୀ ଶ୍ରୀମନ୍ଦିର ପରିକ୍ରମା ଓ ଶ୍ରୀ ଜଗନ୍ନାଥ ମହାପ୍ରଭୂ ଦର୍ଶନ ନିମନ୍ତେ ଘଣ୍ଟାପଡ଼ାରୁ ତୀର୍ଥଯାତ୍ରା ଆରମ୍ଭ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ


କଣ୍ଟାମାଳ, ତା୧୨/୨: {ପ୍ରଭାତ କୁମାର ସାହୁ }ପୂରୀ ଶ୍ରୀମନ୍ଦିର ଦର୍ଶନ ଓ ପରିକ୍ରମାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ତଥା ଗରିବ ଦର୍ଶନାର୍ଥୀଙ୍କ ପାଇଁ ପ୍ରତ୍ୟେକ ପଞ୍ଚାୟତରୁ ୨୦ ଜଣଙ୍କ ପାଇଁ ଯାତ୍ରାର ସୁବିଧା କରିଛନ୍ତି। ଏ ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ପ୍ରତ୍ୟେକ ପଞ୍ଚାୟତରୁ ୨୦ ଜଣ ଲେଖାଏଁ ଦର୍ଶନାର୍ଥୀ ସୋମବାର ସଂଧ୍ୟାରେ ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ଉକ୍ତ ଯାତ୍ରା ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀ, ସମିତି ସଭ୍ୟା ପ୍ରତିନିଧି ଅନନ୍ତ ମାଝୀ, ସରପଞ୍ଚ ପ୍ରତିନିଧି ହୃଦାନନ୍ଦ କହଁର, ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି,ୱାର୍ଡ଼ ସଭ୍ୟ ବିଶ୍ଵାମିତ୍ର ମାଝୀ, ସମାଜସେବୀ ସୁଶାନ୍ତ ମାଝୀ, ପ୍ରେମରାଜରଣା, ପୂର୍ବତନ ସମିତି ସଭ୍ୟା ନିତ୍ୟାନନ୍ଦ ସେନାପତି ପ୍ରମୁଖ ଦର୍ଶନାର୍ଥୀଙ୍କ ଶୁଭମନାସୀ ଯାତ୍ରା ପାଇଁ ଶୁଭସଂକେତ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




