ଛତିଆ ହାଇସ୍କୁଲ ରେ ବିଜ୍ଞାନ ମେଳା


ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଛତିଆ ରେ ମାଥ ଓ ସାଇନ୍ସ କ୍ଲବ ପକ୍ଷରୁ ବିଜ୍ଞାନ ମେଳା ର ଆୟୋଜନ କରାଯାଇଥିଲା ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀ ର ଶୁଭ ଉଦଘାଟନ କରିଥିଲେ, ସରପଞ୍ଚ ରମେଶ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରାଇଥିଲେ, ସମସ୍ତ ପ୍ରକଳ୍ପ ଗୁଡିକୁ ଦେଖି ଆତ୍ମ ସନ୍ତୋଷ ପ୍ରକାଶ କରିଥିଲେ, କୁନି କୁନି ବୈଜ୍ଞାନିକ ଙ୍କୁ ଭୁୟସୀ ପ୍ରଂଶସା କରିଥିଲେ, ଛତିଆ ଇଛା ନଗର ପାଟଣା କ୍ଲ ଷ୍ଟର crcc ରଶ୍ମିରଂଜନ ଷେଣ୍ଢ ଓ smc ଚେୟାର ପର୍ସନ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ବିଜ୍ଞାନ ଶିକ୍ଷକ ରସାନନ୍ଦ ନାୟକ ଓ ଧିରେନ କୁମାର ମହାପାତ୍ର ପିଲା ମାନଙ୍କୁ ବିଜ୍ଞାନ ସମ୍ବଦ୍ଧିୟ ଆଲୋକ ପ୍ରଦାନ କରିଥିଲେ, ସାଇନ୍ସ କ୍ଲବ ର ସଭ୍ୟ ରସାନନ୍ଦ ନାୟକ ଧିରେନ ମହାପାତ୍ର ସୁପ୍ରଭା ମଞ୍ଜରୀ ନାଥ ଓ ମମତା ରାଉତ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,47ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ, ବରିଷ୍ଠ ଶିକ୍ଷକ ଅଶୋକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ, ବଡ଼ଚଣା ରୁକାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




