Education

ବୌଦ୍ଧ ଜିଲ୍ଲା ପୋଲିସ ଓ ହରଭଙ୍ଗା ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

 

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ର ତଳଗାଁ ପଞ୍ଚାୟତ ଠାରେ ବୌଦ୍ଧ ଜିଲ୍ଲା ପୋଲିସ ଓ ହରଭଙ୍ଗା ପୋଲିସ ପକ୍ଷରୁ ଏକ “ଜନ ସମ୍ପର୍କ ଶିବିର “ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବୌଦ୍ଧ ଜିଲ୍ଲା ର ତଳଗାଁ ପଞ୍ଚାୟତ ଏକ ମାଓ ପ୍ରବଣ ଏରିଆ, ତେଣୁ ଏ ବାବଦ ରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ମାଓବାଦୀ ମାନଙ୍କ ସହ ସଂମ୍ପର୍କ ନ ରଖି ତାଙ୍କ ଗତିବିଧି ଉପରେ ସନ୍ଦେହ ଆସିଲେ ସାଙ୍ଗେ ସାଙ୍ଗେ ପୋଲିସ କୁ ଜଣେଇବା ସମ୍ପର୍କ ରେ ମଧ୍ୟ ସମ୍ପୃକ୍ତ ବିଭାଗ ଗାଁ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ। ନିଜ ନିଜ ଭିତରେ ସୁ ସମ୍ପର୍କ ରଖି ଚଳିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ।ମାଓବାଦୀ ମାନେ କେମିତି ନିଜ ସ୍ୱାର୍ଥ ପାଇଁ ଗରିବ ନିରୀହ ଗାଁ ଲୋକ ମାନଙ୍କୁ ବ୍ୟବହାର କରିଥାନ୍ତି ଏ ବିଷୟ ରେ ମଧ୍ୟ ଗାଁ ଲୋକଙ୍କୁ ଅବଗତ କରେଇଥିଲେ।ଏହି ଅବସରରେ ଗାଁ ଲୋକ ମାନଙ୍କ ମଧ୍ୟରେ ଖେଳ କୁଦ ପ୍ରତିଯୋଗିତା, ନାଚଗୀତ ର ପ୍ରତିଯୋଗିତା ହୋଇଥିଲା। ଭଲ ଖେଳ ପ୍ରଦର୍ଶନ କରିଥିବା ପିଲା ମାନଙ୍କୁ ବଲ ଓ କପ ଦେଇ ପୁରସ୍କୃତ କରାଯାଇଥିଲା। ସ୍କୁଲ ପିଲା ମାନଙ୍କୁ ବ୍ୟାଗ ବଣ୍ଟନ କରାଯାଇଥିଲା। ଯୁବକ ମାନଙ୍କୁ ବିଭାଗ ତରଫରୁ ଗୋଟିଏ ଗୋଟିଏ t- ସାର୍ଟ ଦିଆ ଯାଇଥିଲା। ଗରିବ ନିରୀହ ଆଦିବାସୀ ଲୋକଙ୍କୁ ଶାଢ଼ୀ, କମ୍ବଳ ବଣ୍ଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆରିୟାଂଶ ମିଞ୍ଜ, ଆର ଆଇ ସର୍ଜଣ୍ଟ କୁଳମଣି ଗିରି, ହରଭଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ନଳିନୀ କାନ୍ତ ଦାସ ଓ ଫାଣ୍ଡି ଅଧିକାରୀ ଉପସ୍ଥିତ ଥିଲେ। ଗ୍ରାମର ପ୍ରାୟ 200 ସହ ରୁ 300 ମହିଳା ଓ ପୁରୁଷ, ଯୁବକ ଓ ଯୁବତୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ପୋଲିସ ବିଭାଗ ର ଏଭଳି କାର୍ଯ୍ୟକ୍ରମ କୁ ମଧ୍ୟ ତଳଗାଁ ଗ୍ରାମବାସୀ ପ୍ରଶଂସା କରିଥିଲେ।

Related Articles

Back to top button